ଦେଶର ୧୪ ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଜଗଦୀପ ଧନଖଡ । ଆଜି ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଛନ୍ତି ।
ଏହି ଶପଥଗ୍ରହଣ ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀ ସାମିଲ ଥିଲେ ।
ଶପଥ ନେବା ପୂର୍ବରୁ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ ମହାତ୍ମା ଗାନ୍ଧୀଙ୍କ ସ୍ମାରକୀ ପୀଠକୁ ଯାଇ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ । ଏହାପରେ ଦିନ ୧୨ ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଥିଲେ । ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପାଇଁ ନିର୍ବାଚନ ହୋଇଥିଲା । ଏନଡିଏରୁ ପ୍ରାର୍ଥୀ ହୋଇଥିବା ଜଗଦୀପ ଧନଖଡଙ୍କ ବିରୋଧୀ ମେଣ୍ଟରୁ ମାର୍ଗରେଟ ଆଲଭାଙ୍କୁ ପ୍ରାର୍ଥୀ ଙ୍କୁ ହରାଇଥିଲେ । 528 ଭୋଟ ପାଇଥିଲେ ଜଗଦୀପ ଧନଖଡ । ଜଗଦୀପ ଧନଖଡ଼ ଙ୍କ ଜନ୍ମ 18 ମେ 1951ରେ ହୋଇଥିଲା । ସାଧାରଣ କୃଷକ ପରିବାରରେ ରାଜସ୍ଥାନରେ ହୋଇଥିଲା । ପରେ ସେ ସୁପ୍ରିମ କୋର୍ଟରେ ଓକିଲାତି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଆଜି 11 ଅଗଷ୍ଟ 2022 ରୁ ଭାରତର 14 ତମ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ପଦବୀ ପୂର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ସେ 1990 ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖରଙ୍କ ଅଧୀନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଭାରତୀୟ ଜନତା ଦଳ ସହ ଅତୀତରେ ଜନତା ଦଳ ଏବଂ କଂଗ୍ରେସ ଦଳର ସଦସ୍ୟ ମଧ୍ୟ ରହିଥିଲେ ।