ଇଡି ରେଡରେ ଭୟଭୀତ ଲାଲୁ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର କହିଛି ଯେ, ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ସ୍ଥାନରୁ ରେଡ୍ ସମୟରେ ୬୦୦ କୋଟି ଟଙ୍କାର ଅପରାଧରୁ ଅର୍ଜିତ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସୂଚାନା ମିଳିଛି । କୋଟି କୋଟି ଟଙ୍କାର ବେନାମୀ ନଗଦ ଜବତ କରାଯାଇଛି । ଇଡି ଏହା ମଧ୍ୟ କହିଛି ଯେ ରେଡ୍ ସମୟରେ ୬୦୦ କୋଟି ଟଙ୍କାର ଅପରାଧରୁ ଅର୍ଜିତ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସୂଚାନା ମିଳିଛି । ତଦନ୍ତରେ ଜଣାଯାଇଛି ଯେ, ୩୫୦ କୋଟି ଟଙ୍କାର ଫ୍ଲାଟ ଏବଂ ୨୫୦ କୋଟି ଟଙ୍କାର ଲେଣଦେଣ ହୋଇଛି ।  ପ୍ରକାଶଥାଉକି, ଇଡି ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଚାକିରି ବଦଳରେ ଜମି ମାମଲାରେ ସମ୍ବନ୍ଧିତ ମନି ଲଣ୍ଡରିଂ ଅଭିଯୋଗର ଯାଞ୍ଚ କରୁଛି ।