୩୦ଲକ୍ଷ ପାଇଁ ନିଜକୁ ଅପହରଣ କଲା ଯୁବକ

୩୦ଲକ୍ଷ ପାଇଁ ନିଜକୁ ଅପହରଣ କଲା ଯୁବକ

ମେଟ୍ରୋ ଟିଭି ଓଡିଶା,୨୦/୧ : ଅପହରଣ କଥା ଶୁଣିଲେ ସମସ୍ତଙ୍କୁ ଡର ଲାଗେ । କିଏ କେବେ ନିଜକୁ କଣ ଅପହରଣ କରିପାରିବ କିନ୍ତୁ ଜଣ ଯୁବକ ଏପରି କରିଛି ।ନିଜ ବାପାଠୁ ୩୦ଲକ୍ଷ ହାତେଇବା ପାଇ ଏପରି କାମ କରିଛି ଯୁବକ ଜଣଙ୍କ । ସୂଚନା ଅନୁସାରେ ଚେନ୍ନାଇର ଯୁବକ ଜଣଙ୍କ ନିଜର ମିଛ ଅପହରଣ ନାଟକ କରି ପଇସା ମାଗିଛି । ତା ବାପା ପୋଲିସକୁ ଜଣାଇବା ପରେ ପୋଲିସ ଯୁବକଙ୍କୁ ଚିହ୍‌ନଟ କରି ଘରକୁ ଆଣିଛି । ୨୪ ବର୍ଷୀୟ ପି କ୍ରୀଷ୍ଣା ପ୍ରସାଦ ଚେନ୍ନାଇର ବାଦାପାଲାନି ବାସିନ୍ଦା ବ୍ୟବସାୟୀ ୫୪ ବର୍ଷୀୟ ପେନସିଲାୟାଙ୍କ ପୁଅ । ନିଜର ଏକ ଅପହରଣର ସୁଂଟି କରି ସେ ତାଙ୍କ ବାପାଙ୍କ ଠାରୁ ଟଙ୍କା ନେବାକୁ ଚାହୁଥିଲେ ।

ସେ ଘରକୁ ନେଫରିବାରୁ ପେନସିଲାୟା ପୋଲିସରେ ଅଭିଯୋଗ କରିଥିଲେ । କ୍ରୀଷ୍ଣା କିଛି ଦିନ ପୂର୍ବରୁ ମଲ ଯାଇ ଆଉ ଫେରିନଥିଲେ, ପରେ ସେ ଅପହରଣର ନାଟକ କରି ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ ଓ ପରେ ତାଙ୍କ ବାପା ପୋଲିସରେ ଅଭିଯୋଗ ଦେଇଥିଲେ । ବାଦାପାଲାନି ପୋଲିସ ଏନେଇ ଯାଞ୍ଚ କରିଥିଲା ଓ ସାଇବର କ୍ରାଇମ ବିଭାଗକୁ ସାମିଲ କରିଥିଲା । ପୋଲିସ କ୍ରୀର୍ଷ୍ଣଙ୍କ ମୋବାଇଲ ଟ୍ରାକ୍ କରି ତାର ପତ୍ତା ପାଇଥିଲା ।