୨୪ ଟନ ଗୋମାଂସ ଜବତ , ପୋଲିସର ଜିମାରେ ଡ୍ରାଇଭ଼ର ଅଟକ

୨୪ ଟନ ଗୋମାଂସ ଜବତ , ପୋଲିସର ଜିମାରେ ଡ୍ରାଇଭ଼ର ଅଟକ

ମେଟ୍ରୋ ଟିଭି ଓଡିଶା,୧୫/୧: ପ୍ରଥମେ ଗୋଚାଲଣ ଆଉ ଏବେ ଗୋମାଂସ ଚାଲଣ ଦିନକୁ ଦିନ ବଢିବାରେ ଲାଗିଛି । ଅ।ଜି ଭୋରେ ସମୟରେ କଲିକତାରୁ ଅ।ନ୍ଧ୍ର ଅଭିମୂଖେ ଏକ କଣ୍ଟେନରରେ ଗୋମାଂସ ଚାଲାଣ ହେଉଥିବା ଖବରପାଇ ଖୋର୍ଦ୍ଧା ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଟିମ ଖୋର୍ଦ୍ଧା-ବ୍ରହ୍ମପୁର ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ ଚିଲି ନିକଟରେ ଅଟକାଇଥିଲେ।

ଏହି ସମୟରେ ସଂପୃକ୍ତ ଡ୍ରାଇଭର ସେଠାରେ ଗାଡ଼ି ନ ଅଟକାଇ ଖସିଯିବାକୁ ଉଦ୍ୟମ କରୁଥିଲା କିନ୍ତୁ ପରେ ତକୁ ପୋଲିସ ଅଟକାଇଛି । ଏଥିରେ ଗୋମାଂସ ଚାଲାଣ ଥିବା ଜଣାପଡିବା ପରେ ସଦର ପୋଲିସ ଜିମାରେ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏହାର ତଦନ୍ତ ପରେ ସେହି କଣ୍ଟେନରରେ ୨୪ ଟନ୍ ଗୋମାଂସ ଥିବା ଜଣା ପଡିଛି । ଏନେଇ ବଜରଙ୍ଗୀ ଦଳ ଥାନାରେ ଳିଖିତ ଅଭିଯୋଗ କରିଛି । ପରେ ଜବତ ହୋଇଥିବା ଗୋମାଂସକୁ ପ୍ରାଣୀଧନ ପରୀକ୍ଷା ପରେ ଜଙ୍ଗଲରେ ପୋଲିସ ପୋତିଥିବା ଜଣାପଡିଛି ।

report-jogeshwar panda