ମୁମ୍ବାଇର ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ
ମେଟ୍ରୋ ଟିଭି ଓଡିଶା,୨୨/୧ : ମୁମ୍ବାଇର ୨୦ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । କୋଠାର ୧୮ ମହଲା ବିଲ୍ଡିଂରେ ନିଆଁ ଲାଗିଯାଇଥିଲା ।ଏଠାରେ ୨ମୃତ ଓ ୧୦ରୁ ଅଧିକ ଆହତ ହୋଇଛନ୍ତି ।
image credit-hw news
ସୂଚନା ଅନୁଯାୟୀ ମୁମ୍ବାଇର ତାଡଦେବ ଅଞ୍ଚଳରେ ସକାଳ ୭.୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ୧୩ଟି ଦମକଳ ବାହିନୀ ପହଞ୍ଚି ଏହି ନିଆଁକୁ ଆୟତ୍ତ କରିଥିଲେ ଓ ଏହି କୋଠାର ପାଖରେ ଭାଟିଆ ହସ୍ପିଟାଲ ମଧ୍ୟ ରହିଛି । ଆହତ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଯେଉଁ କୋଠାରେ ଅଗ୍ନିକାଣ୍ଡ ଘଟିଛି ତାହା ସ୍ଥାନୀୟ ଅଞ୍ଚଳରେ କମଳା ନାଁରେ ଜଣାଶୁଣା ଅଟେ ।କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । କୁହାଯାଉଛି ସର୍ଟ ସର୍କିଟରୁ ଏପରି ଘଟିଥିବ ।