ଆସିଛି ପାର୍ବଣ ଋତୁ । ତେବେ ପୂଜାପାଇଁ ଲୋକମାନେ ମଧ୍ୟ ସପିଂ କରିବାରେ ଲାଗି ପଡିଲେଣି। କିଏ ଅନଲାଇନରେ ଅଫର ଦେଖି ସପିଂ କରୁଛି ତ କିଏ ଅଫଲାଇନରେ ମାର୍କେଟ ମାର୍କେଟ ବୁଲି ବଜେଟ ଫ୍ରୁଫ ଜିନିଷ କିଣିବାରେ ଲାଗିଛନ୍ତି। ତେବେ ପାର୍ବଣକୁ ନେଇ ଅନେକ ରୋଷେଇ ଘର ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଶସ୍ତା ହୋଇପାରେ ବୋଲି କଳ୍ପନା କରାଯାଉଛି। ତେବେ ଉତ୍ସବ ସମୟରେ ମଇଦା, ଚାଉଳ, ଡାଲି, ତେଲ ଏବଂ ଚିନି ମୂଲ୍ୟରେ ନ ବଢାଇବାକୁ ସରକାର ଦିର୍ଦ୍ଦେଶ ଦେଇଛନ୍ତି। ସାମଗ୍ରୀ ଯୋଗାଣ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଏହି ସାମଗ୍ରୀର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଷ୍ଟକ ହୋଲ୍ଡିଂ ସୀମା ଧାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ବଜାରରେ ଗହମ, ଚାଉଳ, ଚଣା ଏବଂ ପିଆଜକୁ ଅଧିକ ଅଧିକ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି।ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ପାର୍ବଣ ସମୟରେ ଚିନି ସମେତ ଖାଦ୍ୟ ସାମଗ୍ରୀର ମୂଲ୍ୟ ଶୀର୍ଷରେ ପହଞ୍ଚିଥାଏ। କିନ୍ତୁ ଏଥର ଦର ବୃଦ୍ଧି ହେବ ନାହିଁ। ଗହମ, ମଇଦା, ଚଣା, ଦୁଗ୍ଧ ସାମଗ୍ରୀ, ରନ୍ଧନ ତେଲ ଓ ଚିନିର ମୂଲ୍ୟ ନିୟନ୍ତ୍ରଣ ରହିବ ବୋଲି ଆଶା କରାଯାଉଛି।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post