ଖଣ୍ଡପୀଠ କହିଛନ୍ତି, ଆମ୍ରପାଲୀ ଘର କ୍ରେତାଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯିବା ନିହାତି ଜରୁରୀ।ଆମ୍ରପାଲୀ ଗ୍ରୁପ୍ ସହ ୧୫୦ କୋଟି ଟଙ୍କାର ନେଣଦେଣ ମାମଲାରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି। ଘର କ୍ରେତାକୁ ଆମ୍ରପାଲୀ ଠକି ଥିବା ବେଳେ ଧୋନି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ଥିଲେ। ଲୋକଙ୍କୁ ଗ୍ରୁପ୍ ଆଡ଼କୁ ଆକୃଷ୍ଟ ମଧ୍ୟ କରୁଥିଲେ। ଏଥିପାଇଁ କମ୍ପାନୀ ପକ୍ଷରୁ ଧୋନିଙ୍କ ସହ ପ୍ରାୟ ୧୫୦ କୋଟି ଟଙ୍କାର ଡିଲ୍ ହୋଇଥିଲା। ଏହା ମଧ୍ୟରୁ କିଛି ଟଙ୍କା ଧୋନି ପାଇଥିବା ବେଳେ ଆଉ କିଛି ଟଙ୍କା ପାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।ତେବେ ଗ୍ରୁପ ଯଦି ଧୋନିଙ୍କୁ ଟଙ୍କା ଦିଏ, ତା’ହେଲେ ଘର କ୍ରେତା ଆଉ ସେମାନଙ୍କ ପ୍ଲଟ ପାଇବେ ନାହିଁ ବୋଲି କହିଛନ୍ତି। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ସୋମବାର ସୁପ୍ରିମକୋର୍ଟ ଧୋନିଙ୍କୁ ନୋଟିସ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ଖଣ୍ଡପୀଠ ଧୋନିଙ୍କୁ ନୋଟିସ କରିବା ସହ ତାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆମ୍ରପାଲୀ ଗ୍ରୁପ୍ ବିରୋଧରେ ଆରମ୍ଭ କରିଥିବା ମଧ୍ୟସ୍ଥତା ସଂକ୍ରାନ୍ତ ପ୍ରକ୍ରିୟା ଉପରେ ମଧ୍ୟ ରୋକ ଲଗାଇ ଦେଇଛନ୍ତି।
Trending
- ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
- ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ, ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ
- ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ କାହିଁକି ଉଠାଇ ନେଲା EOW !
- ବିଦ୍ୟାଳୟରେ ଭଗବତ ଗୀତା ପାଠ କରିବେ ଛାତ୍ରଛାତ୍ରୀ
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
Prev Post