ଘରେ ରହିବାକୁ ବରିଷ୍ଠ ନାଗରିକଙ୍କୁ କେନ୍ଦ୍ରର ଆଡଭାଇଜରି
ମେଟ୍ରୋ ଟିଭି ଓଡିଶା,୧୪/୧: ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ରର ଆଡଭାଇଜରି ଜାରି କରାଯାଇଛି । ସବୁବେଳେ ଘରେ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ବାହାର ଲୋକଙ୍କୁ ଘରେ ପୂରାନ୍ତୁ ନାହିଁ। ଯଦି କାହାକୁ ଭେଟିବା ନିହାତି ଦରକାର, ୧ ମିଟର ଦୂରତା ରଖନ୍ତୁ । ଘରେ ଚଲାବୁଲା କରି ଆକ୍ଟିଭ ରୁହନ୍ତୁ। ମାର୍କେଟ, ପାର୍କ, ଧର୍ମାନୁଷ୍ଠାନ ଯିବେ ନାହିଁ। ରୁଟିନ୍ ଚେକ ଅପ ପାଇଁ ହସ୍ପିଟାଲ ଯାଆନ୍ତୁ ନାହିଁ। ସବୁ ମୁଖ୍ୟ ସଚିବଙ୍କୁ ଆଡ଼ଭାଇଜରି ଜାରି କରିଛନ୍ତି କେନ୍ଦ୍ର ସରକାର। ଦେଶରେ ୬୦ରୁ ୬୯ ବୟସ ମଧ୍ୟରେ ୮ କୋଟି ବରିଷ୍ଠ ନାଗରିକ ଅଛନ୍ତି। ସେହିଭଳି ୭୦ରୁ ୭୯ ବୟସ ମଧ୍ୟରେ ୬ କୋଟି ୪୦ ଲକ୍ଷ ଓ ୮୦ ବର୍ଷରୁ ଉର୍ଦ୍ଧ୍ୱ ୨ କୋଟି ୮୦ ଲକ୍ଷ ବରିଷ୍ଠ ନାଗରିକ ଅଛନ୍ତି।