ମେଟ୍ରୋ ଟିଭି ଓଡିଶା,୧୭/୧: ପେଞ୍ଚ ଟାଇଗର ରିଜର୍ଭ୍ର ସୁପରମମ୍ କଲାରୱାଲି ବୃଦ୍ଧାବସ୍ଥା ହେତୁ ରବିବାର ଦେହାନ୍ତ କରିଛି । ସେ ୨୦୦୮ରୁ ୨୦୧୮ ମଧ୍ୟରେ ୨୯ଟି ଛୁଆ ଜନ୍ମ ଦେଇଥିବାରୁ ସୁପରମମ୍ ଟ୍ୟାଗ୍ ଅର୍ଜନ କରିଥିଲା । ୨୯ଟିଛୁଆ ମଧରୁ ୨୫ଜଣ ଛୁଆ ବଞ୍ଚିଯାଇଥିଲେ । ଏହି ବାଷର ବୟସ ମାତ୍ର ୧୨ ବର୍ଷ ଥିଲା । ଗତ ଜାନୁଆରୀ ୧୪ରେ ସେ ପିଟିଆର ପରିଦର୍ଶକମାନଙ୍କ ଦ୍ୱାରା ନଜର ଆସିଥିଲା । ପୋଷ୍ଟ ମର୍ଟମରୁ ପ୍ରକାଶିତ ଯେ , ତା ଅନ୍ତନଳୀ କାଦୁଅ ଓ କେଶରେ ଅବରୋଧ ହୋଇଯାଇଥିଲା । ଏହି କଲରୱାଲିର ଲୋକପ୍ରିୟ ହେବାର କାରଣ ସେ ଜିପ୍ ଆସୁଥିବା ଶୁଣିବା ମାତ୍ରେ ସେ କାଚା ରାସ୍ତାରେ ବାହାରକୁ ଯାଉଥିଲେ , ଯେପରି ପର୍ଯ୍ୟଟକ ତାକୁ ଦେଖିବେ ।
ପେଞ୍ଚ ଟାଇଗର ରିର୍ଜଭ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଅନିବାର ରାତି ପ୍ରାୟ ୬.୧୫ ସମୟରେ ରିର୍ଜଭ କର୍ମଚାରୀ ରେଞ୍ଜରେ ଟାଇଗ୍ରେସର ମୃତ୍ୟୁ ଘଟିଛି । ଚିଫ୍ କନେଷ୍ଟବଳ ଅଫ୍ ଫରେଷ୍ଟସ୍ଙ୍କ କାର୍ଯ୍ୟାଳୟର ଅଧିକାରୀ ଟାଇଗର ମୃତ୍ୟୁର ସୂଚନା ଦେଇଥିଲେ । ରବିବାର ଦିନ କଲରୱାଲିଙ୍କୁ ଶବଦାହ କରାଯାଇଥିଲା ।
ବିଭିନ୍ନ ମହଲରୁ ଏହି ସୁପରମମ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ କରି ସୁପର ଟାଇଗ୍ରେସ ମା କଲାରୱାଲୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମଧ୍ୟପ୍ରଦେଶ ଜଙ୍ଗଲରେ ସବୁବେଳେ ପେଞ୍ଚ ଟାଇଗର ରିଜର୍ଭ ରାଣୀର ଛୁଆ ମାନେ ଗର୍ଜନ ସହିତ ପୁନଃ ପ୍ରତିରୂପିତ ହେବ । ତାର ପୁରୁଷ ଛୁଆ ମାନେ ମହାରାଷ୍ଟ୍ର ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଧାନ୍ୟ ବିସ୍ତାର କରୁଛନ୍ତି ବୋଲି ସେ କହିଛନ୍ତି ।