୭ଟି ରାଜ୍ୟରେ ଉପନିର୍ବାଚନ ଗଣନା ଜାରି

ଜୁଲାଇ ୧୦ରେ ୭ଟି ରାଜ୍ୟ ଯଥା ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ୧୩ଟି ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ୧୩ଟି ଆସନ ପାଇଁ ଆଜି ନିର୍ବାଚନ ଫଳାଫଳ ଘୋଷଣା ହେବ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇସାରିଛି । କହିରଖୁଛୁ ଚଳିତ ବର୍ଷ ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ଉପ ନିର୍ବାଚନ ଥିଲା ଯେଉଁଥିରେ NDA ଏବଂ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା ।ପଶ୍ଚିମବଙ୍ଗର (ରାୟଗଞ୍ଜ୍‌, ରାନାଘାଟ ଦକ୍ଷିଣ, ବାଗଦା ଏବଂ ମାନିକତଲା), ଉତ୍ତରାଖଣ୍ଡର(ବଦ୍ରୀନାଥ ଏବଂ ମଙ୍ଗଲୌର), ପଞ୍ଜାବର(ଜାଲନ୍ଧର ପଶ୍ଚିମ), ହିମାଚଳ ପ୍ରଦେଶର(ଦେହରା, ହମିରପୁର ଏବଂ ନାଲାଗଢ଼), ବିହାରର(ରୁପୌଲି), ତାମିଲନାଡୁର(ବିକ୍ରୱଣ୍ଡି) ଏବଂ ମଧ୍ୟପ୍ରଦେଶର ଅମରାୱାଡ଼ା ବିଧାନସଭା ଆସନ ପାଇଁ ଜୁଲାଇ ୧୦ରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ବିଧାୟକଙ୍କ ନିଧନ କିମ୍ବା ଇସ୍ତଫା କାରଣରୁ ବିଦ୍ୟମାନ ବିଧାନସଭା ଆସନ ଖାଲି ଥିବାରୁ ଏହି ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସକାଳ ୯ଟା ସୁଦ୍ଧା ପଶ୍ଚିମବଙ୍ଗର ବାଗଦା ଆସନରେ(୬୫.୧୫), ରାୟଗଞ୍ଜ ଆସନରେ(୬୭.୧୨), ମାନିକତଲା ଆସନ(୫୧.୩୯) ଏବଂ ରାନାଘାଟ ଦକ୍ଷିଣ ଆସନରେ(୬୫.୩୭) ପ୍ରତିଶତ ଭୋଟ୍  ହୋଇଛି । ବିହାରର ରୁପୌଲିରେ ୫୧.୧୪ ପ୍ରତିଶତ ଭୋଟ୍ ହୋଇଛି । ହିମାଚଳ ପ୍ରଦେଶର ହମିରପୁର ଆସନରେ(୬୫.୭୮), ନାଲାଗଢ଼ ଆସନରେ(୭୫.୨୨), ଦେହରା ଆସନରେ(୬୩.୮୯), ପଞ୍ଜାବର ଜାଲନ୍ଧରରେ(୫୧.୩୦) ପ୍ରତିଶତ ଭୋଟ୍ ହୋଇଥିଲା । ଏଠାରେ ଉପନିର୍ବାଚନରେ ମୋଟ୍ ୧୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ସେହିପରି ତାଲିମନାଡ଼ୁରେ ବିକ୍ରୱଣ୍ଡି ଆସନରେ(୭୭.୭୩), ଉତ୍ତରାଖଣ୍ଡର ବଦ୍ରୀନାଥରେ(୪୭.୬୮), ମଙ୍ଗଲୌରରେ(୬୭.୨୮) ପ୍ରତିଶତ ଭୋଟ୍  ହୋଇଛି ।