ଦିନେ ବିଜେଡିକୁ ଶକ୍ତିଶାଳୀ କରିଥିବା ବଡ଼ ବଡ଼ ନେତା ଆଜି ଦଳର ହାତ ଛାଡ଼ି ଦେଇଛନ୍ତି । ଜଣକ ପରେ ଜଣେ ସାଂସଦ ତଥା ବିଧାୟକ ଶଙ୍ଖ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଯାହା ଫଳରେ ବିଜେଡି ନିଜର A.A.S.A(Anubhav-Akash-Siddhant-Arindam) ହରାଇ ବସିଛି । ନିର୍ବାଚନରେ ବିପୁଳ ବିଜ ହାସଲ କରିଥିବା ଅନେକ ପୁରୁଣା ଚେହେରା ଅଜି ଦଳରୁ ଦୂରେଇ ଯାଉଛନ୍ତି । ଆଉ ଏଥିରେ ସାମିଲ ରହିଛି କିଛି ସିନେ ସୁପରଷ୍ଟାର । ବିଜେଡିକୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିବା ୪ ଜଣ ସୁପରଷ୍ଟାର ଏବେ ଦଳର ହାତ ଛାଡ଼ିଛନ୍ତି । ବର୍ତ୍ତମାନ କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ କୋରେଇ ପୂର୍ବତନ ବିଧାୟକ ଆକାଶ ଦାସନାୟକ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ପୂର୍ବରୁ ସିଦ୍ଧାନ୍ତ ମହାପାତ୍ର ଏବଂ ଅରିନ୍ଦମ ରାୟ ମଧ୍ୟ ଦଳରୁ ବିଦାୟ ନେଇଥିଲେ । ତେବେ ଏହି ୪ ଜଣଙ୍କ ଇସ୍ତଫା ପରେ ବିଜେଡି ଏବେ ନିଜର ସୁପରଷ୍ଟାରଙ୍କୁ ହରାଇଛି । ତେଣୁ ଏବେ ପ୍ରଶ୍ନ ଉଠିଛି ଯେ, ବିଜେଡି ଏଥର କାହାକୁ ନେଇ ଲଢିବ ନିର୍ବାଚନ ଏବଂ କାହା ଶକ୍ତିରେ ଜିତିବ ଗାଦି?କିଛି ସମୟ ପୂର୍ବରୁ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଏବଂ ଯାଜପୁର କୋରେଇ ବିଧାୟକ ଆକାଶ ଦାସନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦିନେ ବିଧାନସଭାରୁ ଲୋକସଭା ବିଜେଡି ପାଇଁ ପ୍ରତିନିଧିତ୍ୱ କରୁଥିଲେ, କିନ୍ତୁ ଆଜି ବିଜେଡିରୁ ନିଜକୁ ଦୂରେଇ ଦେଇଛନ୍ତି ଏହି ଦୁଇ ସିନେ ଷ୍ଟାର । ଏକାସାଙ୍ଗରେ ଦଳର ଦୁଇ ଯୁବ ନେତା ତଥା ଦଳର ଗୌରବ ସେମାନଙ୍କ ପଦ ଛାଡ଼ିବା ପରେ ବିଜେଡିକୁ ଡବଲ ଝଟକା ଲାଗିଛି । ୨୦୧୯ ନିର୍ବାଚନରେ କେନ୍ଦ୍ରପଡ଼ାରୁ ରାଜ୍ୟସଭା ପ୍ରାର୍ଥୀ ଭାବରେ ଲଢିଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କୁ ଦେଢ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଥିଲେ ଅନୁଭବ । ତେଣୁ ବିଜେଡି ପାଇଁ ଅନୁଭବ ଜଣେ ଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀ ରହିଥିଲେ ।କିନ୍ତୁ ଚଳିତବର୍ଷ ନିର୍ବାଚନରେ ବିଜେଡି କେନ୍ଦ୍ରପଡ଼ାରେ ଅନୁଭବଙ୍କ ପରିବର୍ତ୍ତେ ଅଂଶୁମାନ ମହାନ୍ତିଙ୍କୁ ଟିକେଟ ପ୍ରଦାନ କରିଛି । ଏହାପରେ ଆଜି ବିଜେଡିରୁ ବିଦାୟ ନେଇଛନ୍ତି ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି । କିଛି ଦିନରୁ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେଡିରୁ ଦୂରେଇ ଯାଇଛନ୍ତି ଅନୁଭବ । ଦଳରୁ ଇସ୍ତଫା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଚିଠି ଲେଖି ଜଣାଇଛନ୍ତି । ତେବେ ଦଳ ଛାଡ଼ିବା ନେଇ ଅନୁଭବ କୌଣସି କାରଣ ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି ।କିଛି ଦିନ ତଳେ ଏହି ୪ ଜଣ ସିନେ ଷ୍ଟାର ବିଜେଡି ପାଇଁ ପ୍ରମୁଖ ଅସ୍ତ୍ର ଥିଲେ । କିନ୍ତୁ ଆଜି ଜଣ ଜଣ କରି ସମସ୍ତେ ଦଳରୁ ବିଦାୟ ନେଇଛନ୍ତି । ଅରିନ୍ଦମ ଏବଂ ସିଦ୍ଧାନ୍ତ ବିଜେପିରେ ସାମିଲ ହୋଇ ସାରିଥିବା ବେଳେ ଅନୁଭବ ଏବଂ ଆକାଶ ମଧ୍ୟ ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Prev Post
Next Post