ଦୈନିକ ଖବର କାଗଜ ‘ସମ୍ବାଦ’ର ସମ୍ବାଦକୀୟ ମାଧ୍ୟମରେ ସୌମ୍ୟ ରାଜ୍ୟ ସରକାର ଓ ୫-ଟି ସଚିବଙ୍କୁ ନେଇ ଖୋଲାଖୋଲି ଟାର୍ଗେଟ୍ କରିଥିଲେ ।ତେବେ ପରବର୍ତ୍ତୀ ସମୟରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ସୌମ୍ୟଙ୍କୁ ସେପ୍ଟେମ୍ବର ମାସ ୧୨ ତାରିଖରେ ବିଜେଡି ଉପସଭାପତି ପଦରୁ ହଟାଯାଇଥିଲା । ଏହାପରେ ସେପ୍ଟେମ୍ବର ୨୧ ତାରିଖରୁ ସୌମ୍ୟଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା । କର୍ମଚାରୀଙ୍କ ନାଁରେ ଲୋନ ଜାଲିଆତି କରିଥିବା ନେଇ ସୌମ୍ୟଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସେହି ଆଧାରରେ ସୌମ୍ୟ ଓ ତାଙ୍କ ସଂସ୍ଥାର କିଛି କର୍ମଚାରୀଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ କରାଯାଇଥିଲା ।ତେବେ ସୌମ୍ୟଙ୍କ ଭଳି ଜଣେ ପ୍ରଭାବଶାଳୀ ନେତାଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ୍ ରହିଥିବା ବେଳେ ଏହା ମଧ୍ୟରେ ସୌମ୍ୟ ‘ସମ୍ବାଦ’ର ସମ୍ପାଦକ ପଦ ଛାଡ଼ିଛନ୍ତି । ତେଣୁ କ’ଣ ପାଇଁ ସୌମ୍ୟ ଏହି ପଦକ୍ଷେପ ନେଲେ ବୋଲି ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି । ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସୌମ୍ୟଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି । ଅତୀତରେ ସୌମ୍ୟ ଏନସିପି, ବିଜେପି, କଂଗ୍ରେସରେ ରହିବା ସହିତ ନିଜେ ‘ଆମ ଓଡ଼ିଶା ପାର୍ଟି’ ଗଠନ କରିଥିଲେ । ତେଣୁ ଆଗାମୀ ଦିନରେ ସୌମ୍ୟ ପୁଣି ଏକ ଦଳ ଗଠନ କରିବେ କି ଅନ୍ୟ କେଉଁ ରାଜନୈତିକ ଦଳରେ ଯୋଗଦେବେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ଏହା ମଧ୍ୟରେ ସୌମ୍ୟ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହଙ୍କୁ ଭେଟିଥିବା ନେଇ କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମାତ୍ର ଏହି ସାକ୍ଷାତ ପଛର କାରଣ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
Prev Post
Next Post