ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ କଟାକ୍ଷ କଲେ ମୋଦି,ମୁଁ ଜୀବିତ ଫେରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ ।

ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ କଟାକ୍ଷ କଲେ ମୋଦି,ମୁଁ ଜୀବିତ ଫେରିଥିବାରୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ କହିବ ।

ମେଟ୍ରୋ ଟିଭି ଓଡିଶା,୫/୧: ପ୍ରଧାନମନ୍ତ୍ରୀ ମୋଦିଙ୍କର ସୁରକ୍ଷାରେ ଏକ ବଡ ଧରଣର ବିଭ୍ରାଟ ଦେଖିବାକୁ ମିଳିଛି । ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ମୋଦିଙ୍କୁ ସୁରକ୍ଷା କାରଣରୁ ଅଟକ ରଖାଯାଇଥିଲା । ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ । ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫ ମିନିଟ୍ ଅଟକି ରହିଥିଲା । ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା । ଏହି ଘଟଣାରେ ଭୀଷଣ ବିରକ୍ତ ହୋଇଥିବା ମୋଦୀ ଜଣେ ଏୟାରପୋର୍ଟ କର୍ମଚାରୀଙ୍କୁ କହିଥିଲେ “ମୁଁ ଜୀବିତ ଭଟିଣ୍ଡା ଏୟାରପୋର୍ଟ ପହଞ୍ଚିପାରିଥିବାରୁ ତୁମ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଧନ୍ୟବାଦ ଜଣାଇଦେବ।

ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଞ୍ଜାବ ସରକାର ଉପରେ ପ୍ରବଳ ବର୍ଷିଛନ୍ତି । ନଡ୍ଡା କହିଛନ୍ତି,ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍କେଡ୍ ଫସିଥିବା ବେଳେ ମୁଖ୍ୟମନ୍ତ୍ରୀ ଫୋନରେ କଥା ହେବା ଏବଂ ଘଟଣାର ସମାଧାନ ପାଇଁ ମନା କରିଦେଇଥିଲେ। ଆଗକୁ ପଞ୍ଜାବରେ ନିର୍ବାଚନ ଥିବାରୁ ହାରିବା ଭୟରେ କଂଗ୍ରେସ, ପିଏମ୍ ମୋଦିଙ୍କ କାର‌୍ୟ୍ୟକ୍ରମକୁ ରଦ୍ଦ କରିବାକୁ ସବୁ ପ୍ରକାର ଉଦ୍ୟମ କରିଛି । ମୋଦୀ ଫିରୋଜପୁର ଯାଇ ସେଠାରେ ୪୨,୭୫୦ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବାର ଥିଲା । ସେ ହେଲିକପ୍ଟରରେ ହୁସେନିଓ୍ବାଲା ସ୍ଥିତ ଜାତୀୟ ସହିଦ ମେମୋରିଆଲକୁ ଯିବାର ଥିଲା । କିନ୍ତୁ ପାଗ ଖରାପ ହେବାକୁ ସେ ସଡ଼କ ପଥରେ ଯାଉଥିଲେ । ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ବ୍ୟବସ୍ଥାରେ କିପରି ବିଭ୍ରାଟ ଦେଖାଗଲା ଏନେଇ ପଞ୍ଜାବ ସରକାରଙ୍କୁ ରିପୋର୍ଟ ମାଗିଛି ।