ସରକାରଙ୍କୁ ଟାର୍ଗେଟ କଲେ ମଲ୍ଲିକାର୍ଜୁନ
ରାଜ୍ୟସଭାରେ ଆଜି ସାଧାରଣ ବଜେଟକୁ ନେଇ ଚାଲୁଥିବା ଚର୍ଚ୍ଚାରେ ସାମିଲ ହୋଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଏହି ବଜେଟରେ ଦୁଇଟି ରାଜ୍ୟକୁ ଛାଡି କୌଣସି ରାଜ୍ୟକୁ କିଛି ମିଳିନାହିଁ । ଏପରି ବଜେଟ ମୁଁ କେଉଁଠାରେ ବି ଦେଖିନାହିଁ । ମାତ୍ର ଦୁଇଟି ରାଜ୍ୟର ଥାଳିରେ ପକୁଡି ଦିଆଯାଇଛି । ଏହା ଆସନକୁ ସୁରକ୍ଷିତ ରଖିବା ପାଇଁ ଏହାସବୁ ଘଟିଛି । ଏପରି ବଜେଟ ମୁଁ କେବେ ଦେଖିନାହିଁ । ଆମେ ଏହାକୁ ନିନ୍ଦା କରୁଛୁ ଏବଂ ଏହାର ବିରୋଧ କରୁଛୁ । ସମସ୍ତ ଆଇ.ଏନ.ଡି.ଆଇ.ଏ ମେଣ୍ଟ ଏହି ବଜେଟର ବିରୋଧ କରୁଛି । ଯଦି ସନ୍ତୁଳନ ନ ରହିବ ତେବେ ବିକାଶ କିପରି ହେବ ।ଖଡଗେଙ୍କ ଅଭିଯୋଗର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜବାବ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରତି ବଜେଟରେ ଆପଣଙ୍କୁ ଦେଶର ପ୍ରତି ରାଜ୍ୟର ନାମ ନେବାର ସୁଯୋଗ ମିଳିନାହିଁ । ଭାଦବନରେ କ୍ୟାବିନେଟ ଏକ ବନ୍ଦର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲା ।