ରାଜ୍ୟସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ହରାଇବା ସହିତ ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି । ରାଜ୍ୟସଭାକୁ ମନୋନୀତ ହୋଇଥିବା ବିଜେପିର ୪ ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେମାନେ ଅବସର ଗ୍ରହଣ କରିଛନ୍ତି । ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ଉପନିର୍ବାଚନରେ ଭାଜପା ଆଉ କିଛି ଆସନ ହାତେଇବାର ସମ୍ଭାବନା ରହିଛି ।ବର୍ତ୍ତମାନ ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୨୬ ରହିଥିବା ବେଳେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ କୌଣସି ଦଳକୁ ୧୧୩ ଜଣ ସାଂସଦଙ୍କ ସମର୍ଥନ ଜରୁରୀ । ତେବେ ବିଜେପି ନିକଟରେ ତେବ ୮୬ ଜଣ ସଂସଦ ରହିଥିବା ବେଳେ ଏନଡିଏର ଆସନ ସଂଖ୍ୟା ୧୦୧ ରହିଛି । ଅନ୍ୟପକ୍ଷରେ ୧୯ଟି ଆସନ ଏବେ ଖାଲି ପଡ଼ିଛି । ତେବେ ରାଜ୍ୟସଭାରେ ବିଜେଡିର ସାଂସଦଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ସରକାରଙ୍କୁ ଯେ କୌଣସି ବିଲ୍ ପାସ କରାଇବାକୁ ସମସ୍ୟା ହେବ ନାହିଁ ବୋଲି କୁହାଯାଉଛି । କାରଣ ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା କିଛି ଦଳମାନଙ୍କର ସହାୟତା ନେଇପାରିବ ଏନଡିଏ ।ଅନ୍ୟପକ୍ଷରେ ରାଜ୍ୟସଭାରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ୮୭ ଜଣ ସାଂସଦ ରହିଛନ୍ତି । ଗୃହରେ ସଂଖ୍ୟାଗରିଷ୍ଠତା ହରାଇବା ପରେ ବର୍ତ୍ତମାନ କୌଣସି ବିଲ୍ କରିବାକୁ ହେଲେ ଏନଡିଏକୁ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡ଼ିବ । ଏଭଳି ସ୍ଥିତିରେ ବିଜେପିକୁ ଏଆଇଏଡିଏମକେ, ୱାରଇଏସଆର କଂଗ୍ରେସ କିମ୍ବା କିଛି ଅଣ-ଏନଡିଏ ଦଳଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ । ରାଜ୍ୟସଭାରେ ଏବେ ଏଆଇଏଡିଏମକେର ୪ ଜଣ, ୱାରଇଏସଆର କଂଗ୍ରେସର ୧୧ ଜଣ ସାଂସଦ ରହିଛନ୍ତି । ଖାଲି ଥିବା ୧୯ଟି ଆସନ ପାଇଁ ଚଳିତ ବର୍ଷ ନିର୍ବାଚନ ହେବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post