ରାଜ୍ୟସଭାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ହରାଇବା ସହିତ ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି । ରାଜ୍ୟସଭାକୁ ମନୋନୀତ ହୋଇଥିବା ବିଜେପିର ୪ ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେମାନେ ଅବସର ଗ୍ରହଣ କରିଛନ୍ତି । ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ଉପନିର୍ବାଚନରେ ଭାଜପା ଆଉ କିଛି ଆସନ ହାତେଇବାର ସମ୍ଭାବନା ରହିଛି ।ବର୍ତ୍ତମାନ ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୨୬ ରହିଥିବା ବେଳେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ହେଲେ କୌଣସି ଦଳକୁ ୧୧୩ ଜଣ ସାଂସଦଙ୍କ ସମର୍ଥନ ଜରୁରୀ । ତେବେ ବିଜେପି ନିକଟରେ ତେବ ୮୬ ଜଣ ସଂସଦ ରହିଥିବା ବେଳେ ଏନଡିଏର ଆସନ ସଂଖ୍ୟା ୧୦୧ ରହିଛି । ଅନ୍ୟପକ୍ଷରେ ୧୯ଟି ଆସନ ଏବେ ଖାଲି ପଡ଼ିଛି । ତେବେ ରାଜ୍ୟସଭାରେ ବିଜେଡିର ସାଂସଦଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ସରକାରଙ୍କୁ ଯେ କୌଣସି ବିଲ୍ ପାସ କରାଇବାକୁ ସମସ୍ୟା ହେବ ନାହିଁ ବୋଲି କୁହାଯାଉଛି । କାରଣ ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା କିଛି ଦଳମାନଙ୍କର ସହାୟତା ନେଇପାରିବ ଏନଡିଏ ।ଅନ୍ୟପକ୍ଷରେ ରାଜ୍ୟସଭାରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟର ୮୭ ଜଣ ସାଂସଦ ରହିଛନ୍ତି । ଗୃହରେ ସଂଖ୍ୟାଗରିଷ୍ଠତା ହରାଇବା ପରେ ବର୍ତ୍ତମାନ କୌଣସି ବିଲ୍ କରିବାକୁ ହେଲେ ଏନଡିଏକୁ ଅନ୍ୟ ଦଳ ଉପରେ ନିର୍ଭର କରିବାକୁ ପଡ଼ିବ । ଏଭଳି ସ୍ଥିତିରେ ବିଜେପିକୁ ଏଆଇଏଡିଏମକେ, ୱାରଇଏସଆର କଂଗ୍ରେସ କିମ୍ବା କିଛି ଅଣ-ଏନଡିଏ ଦଳଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ । ରାଜ୍ୟସଭାରେ ଏବେ ଏଆଇଏଡିଏମକେର ୪ ଜଣ, ୱାରଇଏସଆର କଂଗ୍ରେସର ୧୧ ଜଣ ସାଂସଦ ରହିଛନ୍ତି । ଖାଲି ଥିବା ୧୯ଟି ଆସନ ପାଇଁ ଚଳିତ ବର୍ଷ ନିର୍ବାଚନ ହେବ ।
Trending
- “ଯେତେବେଳେ ମୋବାଇଲ୍ ଫୋନ୍ ଥାଏ, ବିହାରକୁ ଲଣ୍ଠନର ଆବଶ୍ୟକତା ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ
- ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ
- ନୂଆପଡା ଲଢେଇରେ କେଉଁ ପ୍ରାର୍ଥୀ ଆଗରେ ?
- ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଆମ ସମସ୍ତଙ୍କୁ ପ୍ରଭାବିତ କରିଛି
- ରାଜ୍ୟର ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ବେଳେ ବିଜେପି ଆକ୍ରୋଶମୂଳକ ରାଜନୀତି ଆରମ୍ଭ କରିଛି: ବିଜେଡି
- ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
- ବସରେ ଲାଗିଲା ନିଆଁ , ୧୧ ମୃତ ୧୨ ଆହତ
- ବେଦାନ୍ତ ପକ୍ଷରୁ ଓଡିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ୨୦୨୫ ବିହାର ବିଧାନସଭା ନିର୍ବାଚନ- ତେଜସ୍ୱୀ ଯାଦବ ବିରୋଧୀ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
- କେରଳର ପବିତ୍ର ଶବରୀମାଳା ଶ୍ରୀ ଆୟାପ୍ପା ମନ୍ଦିର ପ୍ରବେଶ କରି ଇତିହାସ ରଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Prev Post
Next Post