ବିଜେଡିରେ କମ୍ପନ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ବିଜେଡିର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି। ମୋହନ ମାଝୀଙ୍କ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦରର ୧୮ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ବେଳେ ବାଂଶପାଳ ବ୍ଲକର ୧୪ ବିଜେଡି ସମର୍ଥିତ ବିଜେଡି ସରପଞ୍ଚ ଓ ସମିତି ସଭ୍ୟ ସିଧା ବିଜେପିରେ ଯୋଗ ଦେଇଛନ୍ତି। ଯାହା ଦ୍ୱାରା ଉଭୟ ବ୍ଲକ ଅଧ୍ୟକ୍ଷ ଆସନ ବି ବିଜେଡି ହାତରୁ ଯାଇପାରେ ବୋଲି ଚର୍ଚ୍ଚା ବଢ଼ିଛି। ଏପଟେ କିନ୍ତୁ ସଙ୍ଗଠନ ସଜାଡିବାକୁ ବିଜେଡି ନେତାଙ୍କ ପରାମର୍ଶ, ଆଉ କେହି ନୁହେଁ ନବୀନ ବୁଲନ୍ତୁ ଓଡ଼ିଶାନେତୃତ୍ୱଙ୍କ ଉପରେ କମୁଛି ଭରସା । ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ । ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋହନ ମାଝୀଙ୍କୁ ଭେଟିଛନ୍ତି କେନ୍ଦୁଝର ସଦରର ୧୮ ଜଣ ସମିତିସଭ୍ୟ। ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ପରେ କେନ୍ଦୁଝର ଜିଲ୍ଲା ବିଜେଡିରେ ଆରମ୍ଭ ହୋଇଛି କମ୍ପନ। ଚର୍ଚ୍ଚା ହେଉଛି ସଦର ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ପାଖରେ ଥିବାରୁ ଖୁବ୍ ଶୀଘ୍ର ଆସିପାରେ ଅନାସ୍ଥା। ଆହୁରି ସାଂଘାତିକ କଥା ହେଲା, ଖାଲି କେନ୍ଦୁଝର ସଦର ନୁହେଁ, ବିଜେପିରେ ସାମିଲ ହୋଇଛନ୍ତି ବାଂଶପାଳ ବ୍ଲକର ୧୪ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଆଉ ୧୪ ଜଣ ସରପଞ୍ଚ। ତେଲକୋଇ ବିଧାୟକ ଫକୀର ମୋହନ ନାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ସମର୍ଥନ ଜଣେଇଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦର ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀର କିଛି ଅଞ୍ଚଳ ବାଂଶପାଳ ବ୍ଲକରେ ରହିଛି। ତେଣୁ ଖୁବ୍ଶୀଘ୍ର ବାଂଶପାଳରେ ବି ସମାନ ସ୍ଥିତି ଉପୁଜି ପାରେ ।
Trending
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
- ଆଜି ରାଜ୍ୟବ୍ୟାପୀ ଓକିଲଙ୍କ କଲମଛାଡ଼ ଆନ୍ଦୋଳନ
- କଟକରେ ସ୍ଵାଭାବିକ ହୋଇଛି ଇଣ୍ଟରନେଟ ସେବା
- ବିଳାସପୁରରେ ଭୂସ୍ଖଳନ ଯୋଗୁଁ ୧୮ ମୃତ , ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
Prev Post
Next Post