ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା।ଶିବସେନାର ସାଂସଦଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା କରାଯାଉଛି।ମହାରାଷ୍ଟ୍ରରେ ରାଜନୈତିକ ହଲଚଲ ଏବେବି ଥମିନି। ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳକୁ ନେଇ ଚାଲିଛି ଟଣାଓଟରା । ଏହାରି ଭିତରେ ଶିବସେନା ଉଦ୍ଧବ ଗୋଷ୍ଠୀରେ ପୁଣି ବିଦ୍ରୋହ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି ।୧୨ ଜଣ ସାଂସଦଙ୍କ ମୁତାବକ, ଦଳର ମୁଖ୍ୟ ସଚେତକ ହେଉଛନ୍ତି ଭବାନା ଗାୱଲି କାରଣ ରାଜନ ବିଚାରେଙ୍କୁ ମୁଖ୍ୟ ସଚେତକ ଭାବେ ବଦଳାଇବା ଆବେଦନ ଉପରେ ବାଚସ୍ପତି କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ସେପଟେ, ନିର୍ବାଚନ କମିଶନ ଶିବସେନାର ନିର୍ବାଚନ ପ୍ରତୀକ ଧନୁତୀର ଉପରେ ବାଚସ୍ପତିଙ୍କ ନିଷ୍ପତ୍ତି ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ।ସୂଚନା ମୁତାବକ, ଉଦ୍ଧବ ଗୋଷ୍ଠୀର ଶିବସେନା ସୋମବାର ସନ୍ଧ୍ୟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଥିଲେ। ଏଥିରେ ଆବେଦନ କରିଥିଲେ ଯେ, ବିନୟ ରାଉତଙ୍କୁ ତାଙ୍କ ସଂସଦୀୟ ଦଳର ନେତା ଭାବରେ ନିଯୁକ୍ତ କରାଯାଇଛି। ଦଳ ତାଙ୍କୁ ଦଳରୁ ଦୂରେଇ ଯାଇଥିବା କୌଣସି ପ୍ରତିନିଧିତ୍ୱକୁ ବିଚାର ନକରିବାକୁ ଅନୁରୋଧ କରିଛି।
Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
Prev Post
Next Post