ରାଷ୍ଟ୍ରପତି ନିର୍ବାଚନ ପୁର୍ବରୁ ନିତୀଶଙ୍କ ଅଭ୍ୟାସକୁ ନେଇ ଚିନ୍ତାରେ ବିଜେପି

ମେଟ୍ରୋଟିଭିଓଡିଶା(୭.୫.୨୦୨୨)

ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି କ୍ୟାମ୍ପ ଚଳ ଚଞ୍ଚଳ ହୋଇ ଉଠିଲାଣି । ଏହାର ପ୍ରଥମ ପଦେକ୍ଷେପ ପାର୍ଟି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ପାଖରୁ ଆରମ୍ଭ କରିଛି । କାରଣ ନିତୀଶ କେଉଁ ସମୟରେ କେଉଁ ପକ୍ଷକୁ ପଳାଇବେ ତାହା କେହି ଜାଣନ୍ତି ନାହିଁ । ଗତ ନିର୍ବାଚନରେ ମଧ୍ୟ ନିଜ ପକ୍ଷ ବଦଳାଇ ବିରୋଧୀଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ ।

ବିଜେପି ପାଇଁ ରାଷ୍ଟ୍ରପତି ନିର୍ବାଚନ ବିଜୟ ସହଜ ମନେ ହେଉଥିଲେ ମଧ୍ୟ ପାର୍ଟ କୌଣସି ରିସ୍କ୍ ନେବାକୁ ଚାହୁଁନାହିଁ । ଏଭଳି କ୍ରମରେ ଧର୍ମେନ୍ଦ୍ର ପ୍ରଧାନ ନିତୀଶ କୁମାରଙ୍କୁ ଭେଟିଛନ୍ତି । ଧର୍ମେନ୍ଦ୍ର ପ୍ରାୟ ଦୁଇ ଘଣ୍ଟା ଧରି ନିତୀଶଙ୍କ ସହିତ ଆଲୋଚନା କରିଥିଲେ । କୁହାଯାଉଛି ଯେ ଦୁହିଁଙ୍କ ମଧ୍ୟରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ନେଇ ଆଲୋଚନା ହୋଇଥିବା ସୁତ୍ରରୁ ଜଣାପଡ଼ିଛି ।

ତେବେ ଏହି ବୈଠକ ପରେ ଜଣାପଡ଼ିଥିବା ସବୁଠୁ ଆଶ୍ଚର୍ଯ୍ୟକର କଥା ଏହିକି ଯେ, ଏହି ବୈଠକ ବିଷୟରେ କୌଣଶି ସୂଚନା ବିହାର ବିଜେପିକୁ ଦିଆଯାଇ ନାହିଁ । କାରଣ ନିତୀଶଙ୍କ ଉପରେ ବିହାର ବିଜେପିର କିଛି ନେତା ଖୁସି ନାହାନ୍ତି. ଏବଂ ସେମାନେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ନିତୀଶଙ୍କ ବଦଳାଇବାକୁ ଚାହୁଁଛନ୍ତି । ଯାହା କେନ୍ଦ୍ରୀୟ ନେତୃବୁନ୍ଦ ନାପସନ୍ଦ କରିଛନ୍ତି ।