ପୁଣି ନିର୍ବାଚନ ମୈଦାନରେ ବିଜେପି-ବିଜେଡି ମୁହାଁମୁହିଁ ହେଉଛନ୍ତି । ଉପନିର୍ବାଚନ ହେବାକୁ ଥିବା ସମସ୍ତ ୬ ବ୍ଲକ୍ ବିଜେଡି ପାଖରେ ଥିଲା । କିନ୍ତୁ ଏବେ ସ୍ଥିତି ବଦଳିଛି। ତେଣୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ଉପନିର୍ବାଚନ ସମ୍ମାନର ପ୍ରଶ୍ନ ପାଲଟିଛି। ସବୁଠି ଛକାପଞ୍ଝା ସ୍ଥିତି ଲାଗି ରହିଥିବା ବେଳେ ଏସବୁ ଆସନ ହାତେଇବାକୁ ଉଭୟ ପକ୍ଷ ରଣକୌଶଳ ଆରମ୍ଭ କରି ଦେଇଛନ୍ତି।ଗଞ୍ଜାମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର କୁକୁଡାଖଣ୍ଡି ବ୍ଲକ୍ ବିଜେଡି ପାଖରେ ଥିଲା। କିନ୍ତୁ ଅଧ୍ୟକ୍ଷଙ୍କ ମୃତ୍ୟୁ ପରେ ଏଠି ଉପନିର୍ବାଚନ ହେବାକୁ ଯାଉଛି। କୁହାଯାଉଛି ଏଠାକାର ୧୨ ସମିତି ସଭ୍ୟଙ୍କ ମଧ୍ୟରୁ ୭ ଜଣ ବିଜେପି ସମର୍ଥନରେ ରହିଛନ୍ତି। ତେଣୁ ଏଠାରେ ବିଜେପି ବାଜିମାତ୍ କରିପାରେ। କିନ୍ତୁ ଖଲ୍ଲିକୋଟ୍ ବ୍ଲକରେ ଛକାପଞ୍ଝା ସ୍ଥିତି ରହିଛି।ଅନ୍ୟପଟେ କଳାହାଣ୍ଡିର ନର୍ଲା, ନବରଙ୍ଗପୁରର ରାଇଘର ଆଉ ନୟାଗଡ଼ର ଭାପୁର ବ୍ଲକରେ ମଧ୍ୟ ସ୍ଥିତି ସମାନ ଅଛି। ଉପନିର୍ବାଚନ ହେବାକୁ ଥିବା ଏହି ୩ ବ୍ଲକରେ କିଏ ବାଜି ମାରିବ କହିବା କଷ୍ଟକର। ନର୍ଲା ବ୍ଲକ୍ ବିଜେଡି ପାଖରେ ରହିଥିଲା କିନ୍ତୁ ଏବେ ସ୍ଥିତି ବଦଳିଛି। ସେହିପରି ରାଇଘରରେ ନବୀନା ନାୟକଙ୍କ ଇସ୍ତଫା ପରେ ୨୬ ସମିତି ସଭ୍ୟଙ୍କ ମଧ୍ୟରୁ ୧୮ଟି ବିଜେଡି ୬ ବିଜେପି ପାଖରେ ରହିଛି। କିନ୍ତୁ ଏଠାରେ ବିଜେଡିର ଗୋଷ୍ଠୀ କନ୍ଦଳର ଫାଇଦା ନେବାକୁ ବିଜେପି ଯୋଜନା କରିଛି। ଅନ୍ୟ ପଟେ ଭାପୁରରେ କିନ୍ତୁ ଶାସକ ବିଜେପି ପାଇଁ ଜଟିଳ ସ୍ଥିତି ରହିଛି। ସେଠାରେ ୨୦ ସମିତି ସଭ୍ୟଙ୍କ ମଧ୍ୟରୁ ୧୭ ଜଣ, ପୂର୍ବତନ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ସମର୍ଥନରେ ଥିବା ସେ ଦାବି କରିଛନ୍ତି।ସେହିପରି ବିଜେଡିରୁ ଗୀତାଞ୍ଜଳି ସେଠୀଙ୍କ ଇସ୍ତଫା ପରେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ବି ଖାଲି ପଡିଛି। ସେଠି ଉପନିର୍ବାଚନ ହେବାକୁ ଥିବା ବେଳେ ୩୧ରୁ ମାତ୍ର ୨ ଜଣ ଶାସକ ବିଜେପି ପାଖରେ ରହିଛି ।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post