ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ ପ୍ରାଧିକରଣର ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଛି। କାରଣ ଏହି ପରୀକ୍ଷାରେ ଭାଗ ନେଇଥିବା ଜଣେ ପରୀକ୍ଷାର୍ଥୀଙ୍କର ନାମ ହେଉଛି “ମାହାଲ ମାଣ୍ଡା”। ଏହା ସହ ତାଙ୍କ ବାପାଙ୍କ ନାମ ସ୍ଥାନରେ ରହିଛି ‘ମାହାଲ ମାଣ୍ଡା ପ୍ରୋ’। ଆଉ ତାଙ୍କ ଫଟୋଗ୍ରାଫ ସ୍ଥାନରେ ଏକ ଚଢେଇର ଫଟୋ ରହିଛି। ତେବେ ଏଭଳି ଏକ ବିଚିତ୍ର ଆଡମିଟ କାର୍ଡକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ, ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଏଥିରୁ ସ୍ପଷ୍ଟ ଜଣାପଡୁଛି।ଏହାକୁ ନେଇ ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏବେ ପ୍ରକାଶିତ ହୋଇଥିବା କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଜାଲିଆତି ହୋଇଥିବାର ଖବର ଆସୁଛି । ପ୍ରକାଶିତ ହୋଇଥିବା ମେରିଟ୍ ଲିଷ୍ଟରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତିି । ଏଥିରୁ ସ୍ପଷ୍ଟ ହେଉଛି ଯେ, ନିଯୁକ୍ତି ପକ୍ରିୟାରେ ବ୍ୟାପକ ତ୍ରୁଟି ରହିଛି ଓ ସରକାରୀ ଚାକିରୀ ବିକ୍ରି କରାଯାଇଛି । ସେହି ନିଯୁକ୍ତିରେ କଟଅଫ ମାର୍କ କେତେ ରଖାଯାଇ ଓ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ, ଯାହାକି ସବୁଠୁ ବଡ଼ ଆଶ୍ଚର୍ଯ୍ୟଜନକ।
Trending
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
Prev Post
Next Post