ମାର୍ଚ୍ଚ ୩୦ରେ ମେରଟ ଆସିବେ ପ୍ରଧାନମନ୍ତ୍ରୀ
ଲୋକସଭା ନିର୍ବାଚନକୁ ନେଇ ବିଜେପି ଜୋରଦାର ପ୍ରସ୍ତୁତି ଚାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ବିଜେପି ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ରାଲିର ଘୋଷଣା ମଧ୍ୟ ଆରମ୍ଭ ହୋଇଛି। ମାର୍ଚ୍ଚ ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେରଟରେ ଏକ ରାଲି କରିବେ ବୋଲି ଜଣାଯାଇଛି। ଏହା ଜରିଆରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ନିର୍ବାଚନୀ ଶଙ୍ଖନାଦ କରିବେ। ମେରଟରୁ ଏଥର ବିଜେପି ‘ରାମାୟଣ’ ଟେଲି ଧାରାବାହିକରେ ରାମ ଭୂମିକାରେ ଅଭିନୟ କରି ଚର୍ଚ୍ଚିତ ହୋଇଥିବା ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ କରିଛି। ଏଥି ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ପାଇଁ ବିଜେପି ନେତାମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲି ସକାଶେ ପଶ୍ଚିମ ୟୁପିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।