ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଡ଼ା ସମାଲୋଚନା କରିଛନ୍ତି। ପୂରା ମାମଲା ଦୁର୍ନୀତିର ବୋଲି ସେ କହିଛନ୍ତି। ବିଜେପି ନେତା ଅନୁରାଗ ଠାକୁର କହିଛନ୍ତି, ଜାତୀୟ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ସଂସଦ ସମ୍ପର୍କିତ ସୂଚନା ରହିଛି। ଏଭଳି ସ୍ଥିତିରେ ଏହା ଜାତୀୟ ନିରାପତ୍ତା ପ୍ରସଙ୍ଗ ହେବା ସହ ଦୁର୍ନୀତିର ପ୍ରସଙ୍ଗ। ତଦନ୍ତ ଜାରି ରହିଛି। ଆମେ ଚାହୁଁଛୁ ଯେ ଯଥାଶୀଘ୍ର ତଦନ୍ତ ଶେଷ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।ସେପଟେ ମହୁଆ ମୋଇତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, “ଆଦାନୀ ମାମଲାରେ ତାଙ୍କୁ ଚୁପ୍ କରାଇବା ପାଇଁ ଏପରି କରାଯାଉଛି। ଯଦି ଡକାଯାଇଥାଏ, ତେବେ ମୁଁ ସିବିଆଇ ଏବଂ ନୈତିକତା କମିଟିର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି। ଅଦାନି କିମ୍ବା ବିଜେପି ଟ୍ରୋଲରଙ୍କ ଦ୍ୱାରା ନିର୍ଦ୍ଦେଶିତ ମିଡିଆ ସର୍କସ ଟ୍ରାଏଲର ଜବାବ ଦେବା ପାଇଁ ମୋ ପାଖରେ ସମୟ ନାହିଁ କି ଆଗ୍ରହ ନାହିଁ । ମୁଁ ନଦିଆରେ ଦୁର୍ଗାପୂଜା ପାଳନ କରୁଛି।”
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post