ମହାରାଷ୍ଟ୍ରରେ ଆରମ୍ଭ ହେଲା ସିନ୍ଧେଙ୍କ ଯୁଗ

ମେଟ୍ରୋ ଟିଭି ଓଡିଶା (୩୦.୬.୨୦୨୨)

ଗତ ୧୧ଦିନରୁ ମହାରାଷ୍ଟ୍ର ରାଜନୀତିରେ ଜାରି ରହିଥିବା ସଙ୍କଟ ଗୁରୁବାର ଅନ୍ତ ଘଟିଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଭାଜପା ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି।

ଇତିମଧ୍ୟରେ ଗୁରୁବାର ସନ୍ଧ୍ୟା ୭ଟା ୪୦ରେ ମହାରାଷ୍ଟ୍ରର ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦର ଗୋପନୀୟତା ପାଠ ଶପଥ କରାଇଛନ୍ତି। ଏଥିସହ ଭାଜପା ବରିଷ୍ଠ ନେତା ଦେବେନ୍ଦ୍ର ଫଡନବିସ୍‌ଙ୍କ ମଧ୍ୟ ରାଜ୍ୟପାଳ ଉପମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଟ କରାଇଛନ୍ତି।