ଭଦ୍ରକ ବିଧାନସଭା କ୍ଷେତ୍ରରୁ ବିଜେଡି-ବିଜେପି ଓ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ, ତାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଗଲାଣି। ବିଶେଷ କରି ତିନି ପ୍ରମୁଖ ଦଳ ମଧ୍ୟରୁ ଶାସକ ବିଜେଡି ଉପରେ ସମସ୍ତଙ୍କର ନଜର ରହିଛି। ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକୁ ନେଇ ଭୋଟର୍ ବିଜେଡି ମୁହାଁ ହୋଇଥିବା ବେଳେ ବିଜେଡିରୁ ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୦୦୯ଠାରୁ ଭଦ୍ରକ ବିଧାନସଭା ଆସନ ବିଜେଡି ଦଖଲରେ ରହିଆସିଛି। ବିଜେଡିର ସଂଗଠନ ଅନ୍ୟ ଦଳଠାରୁ ମଜ୍ବୁତ ଥିଲେ ମଧ୍ୟ ଦଳ ଭିତରେ ଗୋଷ୍ଠୀ କନ୍ଦଳ କିଛି କମ୍ ନୁହେଁ। ଅନେକ ଯୁବନେତା ଏଥର ପ୍ରାର୍ଥୀ ହେବାକୁ ଆଶା ବାନ୍ଧିଛନ୍ତି। ଆଶାୟୀଙ୍କ ତାଲିକା ବଢି ଚାଲିଥିବା ବେଳେ ଭଦ୍ରକ ଆସନକୁ ପୁଣି କେମିତି କରାୟତ୍ତ କରାଯିବ, ସେ ନେଇ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି। ତେବେ ସଂଖ୍ୟାଧିକ ଆଶାୟୀ ନେତା ବିଜେଡି ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି। ୨୦୦୯ରୁ ୨୦୧୪ ଦୁଇଟି ସାଧାରଣ ନିର୍ବାଚନରେ ବିଜେଡିରୁ ଯୁଗଳ କିଶୋର ପଟ୍ଟନାୟକ ବିଧାୟକ ହୋଇଥିଲେ। ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ଯୁଗଳ ପଟ୍ଟନାୟକ ଆଉ ନିର୍ବାଚନ ଲଢିବେନି ବୋଲି ମନା କରିବା ପରେ ତାଙ୍କ ପୁଅ ଅସିତ ପଟ୍ଟନାୟକଙ୍କୁ ଏହି ଆସନରୁ ପ୍ରାର୍ଥୀ କରିବା ପାଇଁ ଚାହିଥିଲେ। ମାତ୍ର ଦଳ ନୂଆ ମୁହଁ ଭାବେ ଯୁବନେତା ସଞ୍ଜୀବ ମଲ୍ଲିକଙ୍କୁ ଟିକଟ୍ ଦେଇଥିଲା। ନବାଗତ ସଞ୍ଜୀବ ୩୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଡାକ୍ତର ପ୍ରଦୀପ ନାୟକଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post