ବିଜେପିର ଅନ୍ୟନାମ ବିକାଶ । ବିକାଶକୁ ତ୍ୱରାନ୍ୱିତ କରିବା ଦାୟିତ୍ୱ ଆମ ସମସ୍ତଙ୍କର । ଏହି କାରଣରୁ ବିଜେପି ଆଜି ସମଗ୍ର ଭାରତବର୍ଷରେ ଆଦୃତ ହୋଇ ବିଶ୍ୱର ସର୍ବବୃହତ୍ ରାଜନୈତିକ ଦଳ ଭାବେ ପ୍ରତିଷ୍ଠା ଲାଭ କରିଛି । ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିବା ପରେ “ନିର୍ବାଚନୀ ଘୋଷଣାନାମା”ରେ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ଆମେ ପୂରଣ କରିଛୁ । ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖି ପାର୍ଟିର ବିଚାରଧାରା, ଆଦର୍ଶ ଏବଂ ବିଜେପି ସରକାରର ଲୋକାଭିମୁଖୀ କାର୍ଯ୍ୟକ୍ରମ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା ଆମ ସମସ୍ତଙ୍କର ମୂଳ ଲକ୍ଷ୍ୟ । ପଂଚାୟତ ନିର୍ବାଚନରେ ପାର୍ଟିର ସଫଳତା ଆମ ସମସ୍ତଙ୍କ ଗୁରୁଦାୟିତ୍ୱ । ଆଜିର ଏହି ମିଶ୍ରଣ ପର୍ବ ବେଗୁନିଆ – ବୋଲଗଡ ନିର୍ବାଚନ ମଣ୍ଡଳୀ ସମେତ ଖୋର୍ଦ୍ଧା ଜିଲ୍ଲାର ସଂଗଠନକୁ ସୁଦୃଢ କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଏହି ଅବସରରେ ବେଗୁନିଆ – ବୋଲଗଡ ନିର୍ବାଚନ ମଣ୍ଡଳୀର ବୋଲଗଡରୁ ଦଳେଇସାହି ଗ୍ରାମ ପଂଚାୟତର ସରପଂଚ ସୁଶାନ୍ତ କୁମାର ପରିଡାଙ୍କ ସମେତ ସମିତି ସଭ୍ୟା ମନସ୍ମିତା ଦଳାଇ, ସମିତିସଭ୍ୟାଙ୍କ ପ୍ରତିନିଧି ଶରତ କୁମାର ଦଳାଇ, ୱାର୍ଡ ମେମ୍ବର କୈଳାସ ସୁନ୍ଦରାୟ, ଜ୍ୟୋସ୍ନାରାଣୀ ନାୟକ, ଭାଗୀରଥି ପୃଷ୍ଟି, ଖୁର୍ସିଜା ବେମମ, ପବନି ଦେଇ, ସେହନ୍ସା ବେଗମ, ସେକ୍ କାଜଲ, ଅଶାନ୍ତି ବିଶ୍ୱାଳ ବିଜେଡି ଦଳ ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ ।
ସେହିପରି ସାନପଦର ଗ୍ରାମ ପଂଚାୟତର ସମିତିସଭ୍ୟ ତଥା ବିଜୁ ଜନତା ଦଳ ଉପସଭାପତି ଦିଲ୍ଲୀପ କୁମାର ମହାପାତ୍ର, ୱାର୍ଡ ମେମ୍ବର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ତ୍ରିନାଥ ମୁଦୁଲି, ମନୋଜ କୁମାର ପରିଡା, ଅନନ୍ତ ମୁଦୁଲି, ସ୍ୱାଧିନ ମହାପାତ୍ର, ବିରଜା ପ୍ରସାଦ ଭଞ୍ଜ ସାମନ୍ତ, ରଶ୍ମୀରଞ୍ଜନ ବେହେରା, ମାୟାଧର ରାଉତରାୟ, ପ୍ରଫୁଲ କୁମାର, ଅମରେନ୍ଦ୍ର ; ଅସରଳା ଦଳ ଗ୍ରାମ ପଂଚାୟତର ସମିତିସଭ୍ୟାଙ୍କ ପ୍ରତିନିଧି ପ୍ରଦିପ କୁମାର ମହାପାତ୍ର, ୱାର୍ଡ ମେମ୍ବର ପବିତ୍ର ନାୟକ, ରୁପାଲି ସାହୁ; ସାଗୁରଗାଁ ଗ୍ରାମ ପଂଚାୟତର ସମିତିସଭ୍ୟ ତୋଫାନ ବେହେରା; ପଙ୍ଗାରସିଂ ଗ୍ରାମ ପଂଚାୟତର ରଜତ ମହାପାତ୍ର; ଫାସିଓଦା ଗ୍ରାମ ପଂଚାୟତର ବ୍ରଜକିଶୋର ସୁବୁଦ୍ଧି, ନେପାଳ ରାୟ, ନିରଞ୍ଜନ ସେଠୀ, ଅଭିଳାଷ ପଣ୍ଡା, ରାକେଶ ମିଶ୍ର ପ୍ରମୁଖ ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି । ଏହି ଅବସରରେ ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ବରିଷ୍ଠ ନେତା ପ୍ରକାଶ ରଣବିଜୁଳି, ରୁଦ୍ର ନାରାୟଣ ବାହିନୀପତି, ସୁମିତ୍ରା ବାହିନୀପତି, ଅକ୍ଷୟ ରାଉତ, ସୌମ୍ୟରଞ୍ଜନ ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧିକୁ ଆମେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବୁ: ଡ.ମୁକେଶ ମହାଲିଙ୍ଗ
Next Post