ବିହାରରେ ଅଗଷ୍ଟ ୧୨ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ପୁଣି ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋରଦାର୍ ହୋଇଛି।ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ଅଗଷ୍ଟ ୧୨ ତାରିଖରୁ କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କରିବା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହା ଘୋଷଣା କରି କଂଗ୍ରେସ ବିହାର ୟୁନିଟ୍ ମୁଖ୍ୟ ଅଖିଳେଶ ପ୍ରସାଦ ସିଂ କହିଛନ୍ତି, ବିହାରକୁ କେନ୍ଦ୍ର ଦ୍ୱାରା ବିଶେଷ ମାନ୍ୟତା ନ ଦେବା ରାଜ୍ୟ ପାଇଁ ଏକ ଅନ୍ୟାୟ।ବିହାର ପ୍ରତି କେନ୍ଦ୍ରର ଏହି ବୈମାତୃକ ଭାବକୁ କଂଗ୍ରେସ ଦଳ ବରଦାସ୍ତ କରିବ ନାହିଁ। ବିହାରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାଖ୍ୟାନ କରିବା ବିରୋଧରେ ଅଗଷ୍ଟ ୧୨ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ବିପିସିସି ନିଷ୍ପତ୍ତି ନେଇଛି।ସେ କହିଛନ୍ତି ଅଗଷ୍ଟ ୧୩ ଏବଂ ୧୪ରେ କଂଗ୍ରେସ କର୍ମୀମାନେ ବିହାରକୁ ସ୍ୱତନ୍ତ୍ର ମାନ୍ୟତା ନ ଦେବା ବିରୋଧରେ ବ୍ଲକ ମୁଖ୍ୟାଳୟ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ଧର୍ମଘଟରେ ବସିବେ।