ବିହାରରେ ଏକ ବଡ଼ଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ଆରଜେଡି-ଜେଡିୟୁ ମେଣ୍ଟରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଓହରି ଯାଇ ବିଜେପି ସହ ମିଶି ରାଜ୍ୟରେ ନୂଆ ସରକାର ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ତେବେ ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଚୁପ୍ ବସି ନାହାନ୍ତି । ଏତେ ସହଜରେ ସେ ହାର ମାନିବେ ନାହିଁ ବୋଲି ନୀତିଶଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଛନ୍ତି ।ନୀତିଶ ବିଜେପି ସହ ମିଶି ସରକାର ଗଢ଼ିବା ଖବର ପାଇବା ପରେ ତେଜସ୍ୱୀ ସକ୍ରିୟ ହେବା ସହ ଆଜି ଦିନ ୧ଟାରେ ନିଜ ବାସଭବନରେ ଏକ ଜରୁରୀ ବୈଠକ ଡକାଇଛନ୍ତି । ଉକ୍ତ ବୈଠକରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ । ଏହା ପୂର୍ବରୁ ଲାଲୁ ପ୍ରସାଦ ଯାଦବ ନୀତିଶଙ୍କୁ ୫ ଥର ଫୋନ୍ କରିଥିବା ବେଳେ ସେ ଫୋନ୍ ଉଠାଇନଥିଲେ । ତେଣୁ ଜେଡିୟୁ-ଆରଜେଡି ଭିତରେ ବୁଝାମଣା ଏକପ୍ରକାର ଅସମ୍ଭବ ବୋଲି ସ୍ପଷ୍ଟ ହୋଇଛି ।ତେବେ ଏଭଳି ସ୍ଥିତିରେ ରାଜ୍ୟର ବିଧାୟକଙ୍କ ସଂଖ୍ୟା ଉପରେ ନଜର ପକାଇବାର ବେଳ ଆସିଯାଇଛି । ରାଜ୍ୟ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୪୩ ହୋଇଥିବା ବେଳେ ବହୁମତ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏବେ ଆରଜେଡି ପାଖରେ ୭୯ ଜଣ, ବିଜେପି ପାଖରେ ୭୮ ଜଣ, ଜେଡିୟୁ ପାଖରେ ୪୫ ଜଣ, କଂଗ୍ରେସ ପାଖରେ ୧୯ ଜଣ, ବାମ ଦଳର ୧୬ ଜଣ ବିଧାୟକ ରହିଛନ୍ତି । ବିଜେପି-ଜେଡିୟୁ ଦୁଇ ଦଳର ମୋଟ ବିଧାୟକଙ୍କ ସଂଖ୍ୟା ୧୨୩ ହେଉଛି । ସେହିପରି ଆରଜେଡି, କଂଗ୍ରେସ ଓ ବାମଦଳର ବିଧାୟକଙ୍କ ସଂଖ୍ୟା ମିଶିଲେ ୧୧୪ ହେଉଛି । ଏ କ୍ଷେତ୍ରରେ ବହୁମତ ମାତ୍ର ଆଉ ୮ଟି ସଂଖ୍ୟା କମ୍ ପଡ଼ୁଛି ।
Trending
- ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ NDAର କଡ଼ା ଜବାବ
- ବିହାରରେ ଜିତିବ କିଏ?
- ସିବିସି ଭୁବନେଶ୍ୱର ପକ୍ଷରୁ ଖୋର୍ଦ୍ଧାଠାରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଆୟୋଜିତ
- ନଭେମ୍ବର ପହିଲାରୁ ୧୨ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ମେଳା ଆୟୋଜିତ ହେବ
- ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
- ଇ-କେୱାଇସି ନ କଲେ କାଲିଠୁ ମିଳିବନି ରାସନ
- ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ
- ଏଣିକି ସବୁ ରାଜ୍ୟରେ ପୁଲିସ ପିନ୍ଧିବେ ସମାନ ପୋଷାକ
- ପ୍ରାଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ରାହୁଲ ଓ ତେଜସ୍ବୀଙ୍କୁ ଦୁର୍ନୀତିଗ୍ରସ୍ତ ପରିବାରର ଦୁଇ ଯୁବରାଜ – ମୋଦୀ
Prev Post
Next Post