ମେଟ୍ରୋ ଟିଭି ଓଡିଶା,୧/୨ : କାହିଁକି ବଜେଟ୍ ଅଧିବେଶନରେ ଖିଆଯାଏ ହାଲୁଆ । କଣ ଆପଣ ଏହି ହାଲୁଆ ଉତ୍ସବ ବିଷୟର କିଛି ଜାଣନ୍ତି । ଯଦି ନ ଜାଣନ୍ତି ତେବେ ଆମେ କହିବୁ ପ୍ରକୃତରେ କାହିଁ ହାଲୁଆ ଉତ୍ସବକୁ ପାଳନ କରାଯାଏ । ସୂଚନ। ଅନୁସାରେ ପ୍ରତ୍ୟକ ବର୍ଷ ବଜେଟ ଅଧିବେଶନ ହାଲୁଆ ଉତ୍ସବକୁ, ଅର୍ଥମନ୍ତ୍ରୀଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତିମାନେ ହାଲୁଆ ଖାଉଥିବାର ଦେଖିବାକୁ ମିଳେ । ତେବେ ହାଲୁଆ ଉତ୍ସବ କଥା କହିବା ପୁର୍ବରୁ ଆମେ କହି ରଖୁଛୁ ଯେ, ବଜେଟ୍ ୨୦୨୨ ପୁର୍ବରୁ ଏହି ଉତ୍ସବକୁ ବାତିଲ ହୋଇଛି । ଯାହାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି । ମହାମାରି କରୋନା ପାଇଁ ଏହି ବର୍ଷ ହାଲୁଆ ଉତ୍ସବକୁ ବାତିଲ କରାଯାଉଛି । ଏଥିସହ ପ୍ରତ୍ୟେକ କର୍ମଚାରୀଙ୍କୁ ସେମାନଙ୍କ ଡେକ୍ସରେ ମିଠା ପୁଡିଆ ବାଂଟି ଦିଆଯାଇଛି । ଏଭଳି ସ୍ଥଳେ ପ୍ରଶ୍ନ ଉଠେ, ଏହି ହାଲୁଆ ଉତ୍ସବ କେବେ ଏବଂ କାହିଁକି ହୋଇଥିଲା । ତେବେ ଆମେ କହିରଖିବାକୁ ଚାହୁଁ ଯେ, ହାଲୁଆ ଉତ୍ସବକୁ ନେଇ ସେଭଳି କିଛି ବିଶେଷ ସୂଚନା ନାହିଁ ।
ପ୍ରଥମ ଥର ଏଭଳି ହାଲୁଆ ଉତ୍ସବ ବହୁ ବର୍ଷରୁ ପାଳନ କରାଯାଇ ଆସୁଛି । ମୁଖ୍ୟତଃ ଭାରତୀୟମାନେ କୌଣସି ବି କାର୍ଯ୍ୟ କରିବା ପୁର୍ବରୁ ମିଠା ଖାଇ କାର୍ଯ୍ୟର ଆରମ୍ବ କରିଥାଆନ୍ତି । ବଜେଟ ଅଧିବେଶନ ବହୁ ବର୍ଷ ହେବ ଚାଲିଆସୁଛି । ଯେବେ ବଜେଟ ଫାଇନାଲ ହୋଇଥାଏ ଏହାର ଡକ୍ୟୁମେଟଂର ପ୍ରଂଟିଙ୍ଗ ପୁର୍ବରୁ ସେକ୍ରେଟେରିଏଟ ନର୍ଥ ବ୍ଳକରେ ବଡ କଢେଇରେ ହାଲୁଆ ତିଆରି କରାଯାଏ । ଆଉ ପ୍ରତ୍ୟେକ କର୍ମଚାରି ଏହି ହାଲୁଆକୁ ଖୁବ୍ ଉତ୍ସାହର ସହ ଖାଇଥାଆନ୍ତି । ଯହି ଆପଣ ଏହାକୁ ବଜେଟ ଡକ୍ୟୁମେଟଂ ପ୍ରଟିଙ୍ଗର ଆନ ଅଫିସିଆଲ ନୋଟିଫିକେସନ କୁହନ୍ତି , ଭୁଲ ହେବ ନାହିଁ । ହାଲୱା ଉତ୍ସବ ପରେ ବଜେଟ ଅଧିକବେସନ ସଂସଦରେ ପାରିତ ହେବା ପର୍ଯ୍ୟନ୍ତ ଏହି କାମରେ ଅର୍ନ୍ତଭୁକ୍ତ ପ୍ରତ୍ୟକ କର୍ମଚାରିଙ୍କୁ ପାଖାପାଖି ୧୦୦ ଅଧିକାରିଙ୍କୁ ପ୍ରିଂଟିଙ୍ଗ ପ୍ରେସରେ ନଜର ବନ୍ଦି କରି ରଖାଯାଏ । ଫଳରେ କର୍ମଚାରିମାନେ ସେଠାରୁ ଅନ୍ୟ କୌଣସି ଜାଗାକୁ ବାହାରକୁ ଯାଇ ପାରିବେ ନାହିଁ । ବଜେଟ ଅଧିବେଶନ ସାଂସଦରେ ଯେବେ ପାରିତ ହେବା ପରେ ହିଁ କର୍ମଚାରୀମାନଙ୍କୁ ବାହାରକୁ ଯିବାକୁ ଅନୁମତି ମିଳିଥାଏ ।