ଫେବ୍ରୁଆରି ୨୬ରେ ହାଜର ପାଇଁ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଲା ସିବିଆଇ

ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ  ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଛି । ପଚରା ଉଚୁରା ପାଇଁ ଫେବ୍ରୁଆରି ୨୬ରେ ହାଜର ହେବାକୁ କୁହାଯାଇଛି ।

ତଦନ୍ତକାରୀ ସଂସ୍ଥା ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ ପଚରାଉଚରା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହେବା ପାଇଁ ଏକ ସପ୍ତାହ ସମୟ ମାଗିଥିଲେ ।  ଏହାକୁ ଗ୍ରହଣ କରି ସିବିଆଇ ସିସୋଦିଆଙ୍କୁ ଏକ ସପ୍ତାହ ସମୟ ଦେଇଛି ।