ପଞ୍ଜାବ ନିର୍ବାଚନ ଘୁଞ୍ଚିଲା

ପଞ୍ଜାବ ନିର୍ବାଚନ ଘୁଞ୍ଚିଲା

ମେଟ୍ରୋ ଟିଭି ଓଡିଶା,୧୭/୧: ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚିଲା । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ସମସ୍ତ ୧୧୭ ବିଧାନସଭା ଆସନରେ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ କରିଥିଲେ । ଏହାପରେ ଆଜି ନିର୍ବାଚନ କମିଶନ ଏହି ପ୍ରସଙ୍ଗରେ ବୈଠକ କରିଥିଲେ । ଏବେ ତାରିଖ ଘୁଞ୍ଚିବା ପରେ ସମସ୍ତ ରାଜନୈତିକ ଦଳଙ୍କ ପାଇଁ ପ୍ରଚାର ସମୟ ବଢିଯାଇଛି । ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ‘ଆପ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ଦଳର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍ ଆଜି କହିଥିଲେ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଇଁ ନିଜର ପସନ୍ଦ ଭଗୱନ୍ତ ସିଂହ ମାନ୍ ବୋଲି କହିବା ସତ୍ତ୍ବେ ଜନସାଧାରଣଙ୍କୁ ନିଜ ନିଜର ପସନ୍ଦ ପ୍ରସ୍ତାବ ଦେବା ପାଇଁ ଅରବିନ୍ଦ କେଜ୍ରିୱାଲ୍ କହିଥିଲେ। ‘ଲୋକେ ଚୟନ କରିବେ ନିଜ ମୁଖ୍ୟମନ୍ତ୍ରୀ’ ଅଭିଯାନରେ ଲୋକମତ ସଂଗ୍ରହ ପାଇଁ ଗୋଟାଏ ମୋବାଇଲ୍ ନମ୍ବର ମଧ୍ୟ ରିଲିଜ୍ କରାଯାଇଥିଲା। ଏହି ଫୋନ୍ ନମ୍ବର ରିଲିଜ୍ ହେବାର ୭୨ ଘଣ୍ଟା ମଧ୍ୟରେ ପ୍ରାୟ ୧୫ ଲକ୍ଷ ଲୋକ ସେମାନଙ୍କର ମତ ଦେଇଥିଲେ।