ଆସନ୍ତା ୨୮ ତାରିଖରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିମାପଡ଼ା ଗସ୍ତରେ ଆସୁଛନ୍ତି। ଭାଜପା ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସାଧାରଣ ସଭାରେ ମନ୍ତ୍ରୀ ଶାହା ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ଭାଜପା ନେତୃବୃନ୍ଦମାନଙ୍କ ସୂତ୍ରରୁ ଜଣାପଡ଼ିଛି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି କାର୍ଯ୍ୟକ୍ରମର ସଫଳତା, ତ୍ୱରାନ୍ବିତ ପାଇଁ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏକ ବୈଠକ ପଞ୍ଚାୟତ ସମିତି ସଭାଗୃହରେ ରବିବାର ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ଅତିରିକ୍ତ ଜିଲାପାଳ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍ପି ଦେବବ୍ରତ ଚକ୍ର, ପୋଲିସ ଏସ୍ଡିପିଓ ପ୍ରଭାତ ମଲ୍ଲିକ, ଆଇଆଇସି ବାମଦେବ ସ୍ବାଇଁ, ବିଡିଓ ଭୁବନାନନ୍ଦ ପଟ୍ଟନାୟକ, ତହସିଲଦାର ବସନ୍ତ ହାତୀ, ଅଗ୍ନିସେବା ସଂସ୍ଥା, ପୂର୍ତ୍ତ ବିଭାଗ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଭାରତ ସରକାରଙ୍କ ପୋଲିସ ବିଭାଗର ପଦସ୍ଥ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀମାନେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, ଜିଲା ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ୨ଟି ହେଲିପ୍ୟାଡ ସ୍ଥଳ, କାରକେଡ୍ ପଥ, ସଭାସ୍ଥଳ, ହେଲିପ୍ୟାଡ୍ରୁ ସଭାସ୍ଥଳକୁ ଯାତାୟାତ ପଥ ଆଦି ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଯାନବାହନ ପାର୍କିଂ, ଟ୍ରାଫିକ ନିୟନ୍ତ୍ରଣ ଦିଗରେ ପୋଲିସ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ମନ୍ତ୍ରୀଙ୍କ କଡ଼ା ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର କେନ୍ଦ୍ରୀୟ ସୁରକ୍ଷା ଅଧିକାରୀ, କମାଣ୍ଡାଣ୍ଟ, ସିକ୍ୟୁରିଟି ଉଇଙ୍ଗ୍ସ ବିଭାଗର ପ୍ରାୟ ୧୫ ଜଣିଆ ସେଣ୍ଟ୍ରାଲ ପୋଲିସ ଟିମ୍ ସ୍ବତନ୍ତ୍ର ଭାବେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ସମାରୋହରେ ଭାଜପାର ବହୁ ରାଜ୍ୟସ୍ତରୀୟ ବରିଷ୍ଠ ନେତା ଯୋଗଦେବେ ବୋଲି ଜଣାପଡ଼ିଛି।
Trending
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
Prev Post
Next Post