ନବୀନ କାହାକୁ ଦେବେ ସମର୍ଥନ

କଥା ହେଲେ ରାଜନାଥ

ୱକଫ୍‌ ବିଲ୍‌ ପ୍ରସଙ୍ଗରେ ବିଜେଡି ବିବେକ ଅନୁସାରେ ଭୋଟ ଦେବାକୁ ନିଜର ସାଂସଦଙ୍କୁ କହିଥିଲା ।  ଏହି ପ୍ରସଙ୍ଗରେ ଦଳ ଭିତରେ ପ୍ରଥମ ଥର ପାଇଁ ବଡ଼ ଧରଣର ବିଦ୍ରୋହ ହୋଇଥିଲା ।  ଉପରାଷ୍ଟ୍ରପତି ପ୍ରସଙ୍ଗରେ ବିଜେଡି ଏନଡିଏକୁ ସମର୍ଥନ ଦେବ କି ନାହିଁ ସମୟ କହିବ ।

ଯଦି ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରେ, ତେବେ ରାଜ୍ୟରେ ବିଜେପି ସରକାରକୁ କଂଗ୍ରେସ ସମାଲୋଚନା କରିବ ।  ଆଉ କଂଗ୍ରେସ ଏଥିରୁ ଫାଇଦା ନେବ। ଯଦି ବିରୋଧୀ ଦଳ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ, ତେବେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଭିନ୍ନ ସମୀକରଣର ସମ୍ଭାବନା ରହିଛି।

ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ୍‌ ଏନ୍‌ଡିଏର ପ୍ରାର୍ଥୀ ହୋଇଛନ୍ତି। ତାଙ୍କୁ ସର୍ବସମ୍ମତ ପ୍ରାର୍ଥୀ କରିବାକୁ ବିଜେପି ପକ୍ଷରୁ ଉଦ୍ୟମ ହୋଇଛି। ଏନ୍‌ଡିଏ ବାହାରେ ଥିବା ସମସ୍ତ ଦଳ ସହ କଥା ହେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ବ ‌ଦିଆଯାଇଛି। ଶ୍ରୀ ସିଂହ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ବିଜେଡିର ସମର୍ଥନ ଲୋଡ଼ିଛନ୍ତି।

ବିଜେଡିର  ରାଜ୍ୟସଭାରେ ସାତ ଜଣ ସାଂସଦ ଅଛନ୍ତି। ବର୍ତ୍ତମାନର ଲୋକସଭା ଓ ରାଜ୍ୟସଭାରେ ସଂଖ୍ୟା ଗଣିତ ଦେଖିଲେ, ଏନ୍‌ଡିଏ ପ୍ରାର୍ଥୀ ଜିତିବାରେ କୌଣସି ଅସୁବିଧା ନାହିଁ। ତେଣୁ ରାଜ୍ୟସଭାରେ ବିଜେଡି ସମର୍ଥନ କି ବିରୋଧ ବିଶେଷ ପ୍ରାସଙ୍ଗିକତା ରଖୁନି। ତାହା ସତ୍ତ୍ବେ ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଅଧିକ ଭୋଟ୍‌ ପଡ଼ିବା ପାଇଁ ଉଭୟ ଏନ୍‌ଡିଏ ଓ ୟୁପିଏ ବିଜେଡିର ସମର୍ଥନ ଲୋଡ଼ିବେ।

 

Leave a comment