ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇ ସାରିଛି। ନଭେମ୍ବର ୩୦ ତାରିଖରେ ଏଠାରେ ମତଦାନ ହେବ। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବରେ ଶାସକ ବିଆର୍ଏସ୍ ଏଠାରେ ଏବେ ଶାସନ କରୁଛି। କ୍ରମାଗତ ଭାବେ ତୃତୀୟ ଥର ଲାଗି କେସିଆର୍ ଶାସନକୁ ଫେରିବାକୁ ଆଶା ରଖିଛନ୍ତି। ଗତ ମେ ମାସରେ ପଡ଼ୋଶୀ କର୍ଣ୍ଣାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା। ସେଠାରେ କଂଗ୍ରେସ ସରକାରକୁ ଆସିଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପାଇଁ ଏଥର ତେଲେଙ୍ଗାନାରେ ଦ୍ଵିମୁଖୀ ଲଢ଼େଇ ହେବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା।କର୍ଣ୍ଣାଟକ ବିଜୟ ପରେ ତେଲେଙ୍ଗାନାରେ କେସିଆରଙ୍କ ଦଳ ବିଆର୍ଏସ୍ ସହିତ ଜୋରଦାର ଲଢ଼େଇ କରିବା ନେଇ କଂଗ୍ରେସର ଉତ୍ସାହ ବଢ଼ିଥିବାବେଳେ ବିଜେପି ଏଠାରେ ୧୧୯ଟି ଯାକ ବିଧାନସଭା ଆସନ ମଧ୍ୟରୁ ଅଧିକାଂଶ ଆସନରେ ପ୍ରାର୍ଥୀ ଦେବା ଉପରେ କାର୍ଯ୍ୟ କରୁଛି। ୨୦୨୦ରେ ବୃହତ୍ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ୧୫୦ ଆସନରୁ ବିଜେପି ୪୮ଟି ଆସନରେ ଜିତିଥିଲା। ଏହାପରେ ତେଲେଙ୍ଗାନାରେ ବିଜେପି ଭଲ କରିବ ବୋଲି ଆଶା ରଖିଥିଲା। କିନ୍ତୁ ଏବେ ଅଧିକାଂଶ ଆସନରେ ବିଜେପିର ସ୍ଥିତି ଖରାପ ଥିଲେ ବି ଦଳ ନିର୍ବାଚନ ଲଢ଼ିବ। ସରକାରୀ ବିରୋଧୀ ହାୱାର ସଂପୂର୍ଣ୍ଣ ଲାଭ ଯେଭଳି କଂଗ୍ରେସକୁ ନଯାଏ ତାହାକୁ ଦୃଷ୍ଟିରେ ରଖି ବିଜେପି ପାର୍ଥୀ ଦେବ। ଏହାବ୍ୟତୀତ ତେଲେଙ୍ଗାନାରେ ଅନେକ ଆସନରେ ସଂଖ୍ୟାଲଘୁମାନଙ୍କ ଭୋଟ ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।
Trending
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
Prev Post
Next Post