ଆଜି ତେଲେଙ୍ଗାନାରେ ଜାରି ରହିଛି ମତଦାନ ଗ୍ରହଣ। ବର୍ତ୍ତମାନ ସମସ୍ତ ୧୧୯ଟି ଯାକ ଆସନରେ ମତଦାନ ଆରମ୍ଭ ହୋଇସାରିଥିବା ସୂଚନା ରହିଛି। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନକ୍ସଲ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ଭୋଟ୍ ସରିବ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ, ଆଜି ଏହି ବିଧାନସଭା ନିର୍ବାଚନରେ ମୋଟ ୨୨, ୦୦୦ ପ୍ରାର୍ଥୀ ରହିଛନ୍ତି। ୩୫୬୫୫ ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ମତାଧିକାର ସାବସ୍ତ କରିବେ। ବିଆରଏସ ସମସ୍ତ ୧୧୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୧୧୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହାର ସହଯୋଗୀ ସିପିଆଇକୁ ଗୋଟିଏ ଆସନ ଦେଇଛି। ଅଭିନେତା ପୱନ କଲ୍ୟାଣଙ୍କ ନେତୃତ୍ୱରେ ଜନସେନା ପାର୍ଟି ସହିତ ବିଜେପି ଆସନ ବୁଝାମଣା କରିଛି। ବିଜେପି ୧୧୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜନସେନା ପ୍ରାର୍ଥୀମାନେ ୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅସଦ୍ଉଦ୍ଦିନ ଅୱେସୀଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ ୯ଟି ଆସନରେ ପ୍ରାର୍ଥୀ ଦେଇଛି। ତେବେ ଏଥର ୩କୋଟି ୨୬ ଲକ୍ଷ ଭୋଟର ୨ହଜାର ୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜି ମତଦାନ ପାଇଁ ୩୫ ହଜାର ୬୫୫ ପୋଲିଂ ବୁଥ୍ କରାଯାଇଥିବାବେଳେ ଅଢ଼େଇ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅନ୍ୟପଟେ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳିତ ମତଦାନ ଗ୍ରହଣକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post