ଆଜି ତେଲେଙ୍ଗାନାରେ ଜାରି ରହିଛି ମତଦାନ ଗ୍ରହଣ। ବର୍ତ୍ତମାନ ସମସ୍ତ ୧୧୯ଟି ଯାକ ଆସନରେ ମତଦାନ ଆରମ୍ଭ ହୋଇସାରିଥିବା ସୂଚନା ରହିଛି। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନକ୍ସଲ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ଭୋଟ୍ ସରିବ ବୋଲି ଜଣାପଡିଛି।ସୂଚନା ଅନୁଯାୟୀ, ଆଜି ଏହି ବିଧାନସଭା ନିର୍ବାଚନରେ ମୋଟ ୨୨, ୦୦୦ ପ୍ରାର୍ଥୀ ରହିଛନ୍ତି। ୩୫୬୫୫ ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ମତାଧିକାର ସାବସ୍ତ କରିବେ। ବିଆରଏସ ସମସ୍ତ ୧୧୯ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୧୧୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ଏବଂ ଏହାର ସହଯୋଗୀ ସିପିଆଇକୁ ଗୋଟିଏ ଆସନ ଦେଇଛି। ଅଭିନେତା ପୱନ କଲ୍ୟାଣଙ୍କ ନେତୃତ୍ୱରେ ଜନସେନା ପାର୍ଟି ସହିତ ବିଜେପି ଆସନ ବୁଝାମଣା କରିଛି। ବିଜେପି ୧୧୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଜନସେନା ପ୍ରାର୍ଥୀମାନେ ୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅସଦ୍ଉଦ୍ଦିନ ଅୱେସୀଙ୍କ ନେତୃତ୍ୱାଧୀନ ଏଆଇଏମ୍ଆଇଏମ୍ ୯ଟି ଆସନରେ ପ୍ରାର୍ଥୀ ଦେଇଛି। ତେବେ ଏଥର ୩କୋଟି ୨୬ ଲକ୍ଷ ଭୋଟର ୨ହଜାର ୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜି ମତଦାନ ପାଇଁ ୩୫ ହଜାର ୬୫୫ ପୋଲିଂ ବୁଥ୍ କରାଯାଇଥିବାବେଳେ ଅଢ଼େଇ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅନ୍ୟପଟେ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳିତ ମତଦାନ ଗ୍ରହଣକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post