୫ଟି ରାଜ୍ୟର ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭା ପାଇଁ ମତଦାନ ପ୍ରକ୍ରିୟା ସରିଥିବା ବେଳେ ଆସନ୍ତା ୩୦ରେ ତେଲେଙ୍ଗାରେ ମତଦାନ ଗ୍ରହଣ କରାଯିବ । ମଧ୍ୟପ୍ରଦେଶର ୨୩୦ ଆସନ, ରାଜସ୍ଥାନର ୨୦୦ ଆସନ, ଛତିଶଗଡ଼ର ୯୦ ଆସନ, ତେଲେଙ୍ଗାନାର ୧୧୯ ଆସନ ଓ ମିଜୋରାମରେ ୪୦ଟି ଆସନ ପାଇଁ ଜନତା ବିଜେତା ବାଛିବେ ।ଗତ ୨୦୧୮ ବିଧାନସଭା ନିର୍ବାଚନରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିଥିବା ବେଳେ ଏଥର ଏହି ତିନୋଟି ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ଆସନ୍ତା ଡିସେମ୍ବର ମାସ ୩ ତାରିଖରେ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ତାହାକୁ ସାରା ଦେଶବାସୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ୨୦୨୪ ଲୋକସଭା ମେଗା ଫାଇଟ୍ ପୂର୍ବରୁ ୫ଟି ରାଜ୍ୟର ଏହି ସେମିଫାଇନାଲ ଫଳାଫଳ ଜନାଦେଶକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ।ନିକଟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରି ଆକ୍ସନ ମୋଡ଼କୁ ଚାଲି ଆସିଛି । ତେଣୁ ଯଦି ପୁଣି ୧/୨/୩ଟି ରାଜ୍ୟରେ ଦଳ କ୍ଷମତା ବଜାୟ ରଖେ ତେବେ ତାହା ଗେରୁଆ ଦଳ ପାଇଁ ନିଶ୍ଚିତ ଭାବେ ଚିନ୍ତାର କାରଣ ପାଲଟିବ । ଏପରି ସ୍ଥିତିରେ ଡିସେମ୍ବର ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ବଡ଼ ଅଗ୍ନି ପରୀକ୍ଷା ହୋଇପାରେ । ଦୀର୍ଘ ୨୭ ବର୍ଷ ଧରି ଗୁଜରାଟରେ ଶାସନ କ୍ଷମତାରେ ରହିଥିବା ବିଜେପି ଉପରେ ରାଜ୍ୟବାସୀ ପୁଣି ଥରେ ଆସ୍ଥା ପ୍ରକଟ କରିଥିଲେ । ତେଣୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଗଡ଼ବାସୀ କାହାକୁ ବାଛିବେ ତାହା ସମୟ କହିବ ।
Trending
- ପ୍ରଧାନମନ୍ତ୍ରୀ ୪୨ଟି ଦେଶ ଗସ୍ତ କରିଛନ୍ତି, କିନ୍ତୁ ଥରେ ମଧ୍ୟ ମଣିପୁର ଗସ୍ତ କରିନାହାଁନ୍ତି – ମଲ୍ଲିକାର୍ଜୁନ ଖଡ଼ଗେ
- ବଳଙ୍ଗା ପ୍ରସଙ୍ଗ : ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟମାଟୋ ମାଡ଼
- ବଳଙ୍ଗା ଘଟଣା: ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ – ପ୍ରଭାତୀ ପରିଡ଼ା
- ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
- ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କଲା ରେଭେନ୍ସା ବିଶ୍ବବିଦ୍ୟାଳୟ
- ବିହାରକୁ ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦୀ
- ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ଏଫ୍ଏମ୍ କଲେଜରେ ପହଞ୍ଚିଲା ୟୁଜିସି ଫ୍ୟାକ୍ଟ ଫାଇଣ୍ଟିଂ ଟିମ୍
- ନିର୍ବାଚନ ଜିତିଲେ ମୁଁ ମୁଖ୍ୟମନ୍ତ୍ରୀ ହେବି – କେ. ପଲାନିସ୍ୱାମୀ
- ଟୁଇନ ସିଟିରେ କଂଗ୍ରେସ ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ – ପୋଲିସ କମିଶନର
- ରାଜ୍ୟ କ୍ୟାବିନେଟରେ ୧୩ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର
Prev Post