ଭାରତ ଓ କାନାଡ଼ା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସନକ। ସେ ତାଙ୍କ କାନାଡ଼ା ପ୍ରତିପକ୍ଷ ଜଷ୍ଟିନ ଟ୍ରୁଡୁଙ୍କୁ ଫୋନ୍ କରି ଏ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି। ଆଲୋଚନା ବେଳେ ପ୍ରତ୍ୟେକ ରାଷ୍ଟ୍ର ଅପରର ସାର୍ବଭୌମତ୍ବ ଓ ଆଇନର ଶାସନ ପ୍ରତି ସମ୍ମାନ ଦେବା ଉପରେ ସନକ ଗୁରୁତ୍ବ ଦେଇଥିଲେ। ଭିଏନା କନ୍ଭେନ୍ସନ୍ ଆଧାରରେ ଉଭୟ କୂଟନୈତିକ ସମ୍ପର୍କ ବଜାୟ ରଖିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ସନକ ନିଜ ଦେଶର ସ୍ଥିତି ସ୍ପଷ୍ଟ କରିବା ସହ ପରିସ୍ଥିତି ସୁଧାରିବା ପାଇଁ ନିୟମିତ ଆଲୋଚନା କରିବେ ବୋଲି ନିଷ୍ପତ୍ତି ହୋଇଥିବା ୧୦-ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଶନିବାର ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋ ଗୁରୁଦ୍ବାରରେ ଖଲିସ୍ତାନୀମାନେ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀଙ୍କୁ ଦୁର୍ବ୍ୟବହାର କରିବା ପରେ ଚିନ୍ତିତ ସନକ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଅପରପକ୍ଷରେ ଶୁକ୍ରବାର ଭାରତର ଚେତାବନୀ ଆଧାରରେ କାନାଡ଼ା ଭାରତରୁ ଏହାର କୂଟନୀତିଜ୍ଞଙ୍କ ପ୍ରତ୍ୟାହାର ଆରମ୍ଭ କରିଛି।
Trending
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post