ଝାଡ଼ଖଣ୍ଡରେ ମୋଦୀ

ରାଞ୍ଚିରେ କରୁଛନ୍ତି ରୋଡ ଶୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ରାତି ୧୦ଟା ସମୟରେ ଝାଡଖଣ୍ଡର ରାଞ୍ଚିରେ ପହଞ୍ଚିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ୧୦ କିଲୋମିଟର ଲମ୍ବା ରୋଡ ସୋ କରୁଛନ୍ତି। ଏହି ସମୟରେ ବିଜେପି କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଛନ୍ତି।ବିଧାନସଭା ନିର୍ବାଚନ ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ଇନ୍ଦୋରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିରାଟ ରୋଡ୍ ସୋ କରିଥିଲେ। ରୋଡ୍ ସୋରେ ରାସ୍ତାରେ ଠିଆ ହୋଇଥିବା ଲୋକମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ କରିଥିଲେ। ଏହାପୂର୍ବରୁ ସେ ବେତୁଲ, ଶାଜାପୁର ଏବଂ ଢ଼ାବା ସମେତ ଅନ୍ୟାନ୍ୟ ସ୍ଥାନରେ ନିର୍ବାଚନ ରାଲି କରିଥିଲେ।ବୁଧବାର ଦିନ ‘ଆଦିବାସୀ ଗୌରବ ଦିବସ’ ଅବସରରେ ଦୁର୍ବଳ ଆଦିବାସୀ ଗୋଷ୍ଠୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ୨୪,୦୦୦ କୋଟି ଟଙ୍କା ପ୍ରକଳ୍ପ ଆରମ୍ଭ କରିବେ।