ପୁରୀ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ନିର୍ବଚନମଣ୍ଡଳୀ ପିପିଲିକୁ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ଗଡ଼ କୁହାଯାଉଥିବାବେଳେ ଏହି ଗଡ଼ ରକ୍ଷାପାଇଁ ତାଙ୍କ ପୁଅ ବିଧାୟକ ରୁଦ୍ରପ୍ରତାପ ଏବେ ଚିନ୍ତାରେ। ଉପରକୁ ନହେଲେ ମଧ୍ୟ ଦଳ ମଧ୍ୟରେ ପୁରୁଣା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିବା ଚର୍ଚ୍ଚା ହେଉଛିି। ଏହାସତ୍ତ୍ବେ ବି ପ୍ରତାପ ଏହି ନିର୍ବାଚନମଣ୍ଡଳୀରୁ ଟିକେଟ୍ ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି। ତେବେ, ଡେଲାଙ୍ଗ ଝିଅ ତଥା ପୂର୍ବତନ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ତଥା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ମଧ୍ୟ ଟିକେଟ୍ ଦୌଡ଼ରେ ଥିବା ତାଙ୍କ ସମର୍ଥକ କହୁଛନ୍ତି। ତାଙ୍କ ସମର୍ଥକଙ୍କ ଯୁକ୍ତି ହେଉଛି, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଥିବାବେଳେ ସେ ମହିଳା ଓ ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ସେ ମଧ୍ୟ ଅଂଚଳର ବିଭିନ୍ନ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏହିଦୃଷ୍ଟିରୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ଏହିପରି ଭାବେ ଅାଲୋଚନା ହେଉଛି। ଶେଷମୂହୂର୍ତ୍ତରେ ବିଜେଡି ସଭାପତି ମହିଳା କାର୍ଡ ଖେଳିଲେ ତାଙ୍କ ପାଇଁ ମଧ୍ୟ ଏହା ଅନୁକୂଳ ହେବ ବୋଲି କୁହାଯାଉଛି।ବିଜେଡିର ଅଭେଦ୍ୟ ଦୁର୍ଗରେ ପଶିବାକୁ ବିଜେପି ନିଜର ବିଭିନ୍ନ ରଣନୀତି ପ୍ରସ୍ତୁତି କରିଛି ବୋଲି ଦଳୀୟ ନେତା କହିଛନ୍ତି। ତେବେ ଦଳୀୟ ସଙ୍ଗଠନକୁ ସୁଦୃଢ଼ ଓ ସଂଗଠିତ କରିବା ପାଇଁ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଅହରହ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର ଅର୍ନ୍ତର୍ଦ୍ବନ୍ଦ୍ବ ଦଳକୁ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ବିଜେପି ସମର୍ଥକ ସମାଜସେବୀ ରାଧାମୋହନ ଓ ପୂର୍ବତନ ସମିତିସଭ୍ୟ ବିଜେପି ଯୁବନେତା ସରୋଜ ପ୍ରଧାନ ଉଭୟେ ଅଂଚଳରେ ଅଲଗା ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛନ୍ତି। ଦୁହେଁ ମଧ୍ୟ ବିଜେପି ଟିକେଟ ଆଶାୟୀ ଅଛନ୍ତି। ତେବେ, ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରୁଥିବା ଦଳୀୟ ସୁତ୍ରରୁ ଜଣାଯାଇଛି
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post