ପୁରୀ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ନିର୍ବଚନମଣ୍ଡଳୀ ପିପିଲିକୁ ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ଗଡ଼ କୁହାଯାଉଥିବାବେଳେ ଏହି ଗଡ଼ ରକ୍ଷାପାଇଁ ତାଙ୍କ ପୁଅ ବିଧାୟକ ରୁଦ୍ରପ୍ରତାପ ଏବେ ଚିନ୍ତାରେ। ଉପରକୁ ନହେଲେ ମଧ୍ୟ ଦଳ ମଧ୍ୟରେ ପୁରୁଣା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଥିବା ଚର୍ଚ୍ଚା ହେଉଛିି। ଏହାସତ୍ତ୍ବେ ବି ପ୍ରତାପ ଏହି ନିର୍ବାଚନମଣ୍ଡଳୀରୁ ଟିକେଟ୍ ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି। ତେବେ, ଡେଲାଙ୍ଗ ଝିଅ ତଥା ପୂର୍ବତନ ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ତଥା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ମଧ୍ୟ ଟିକେଟ୍ ଦୌଡ଼ରେ ଥିବା ତାଙ୍କ ସମର୍ଥକ କହୁଛନ୍ତି। ତାଙ୍କ ସମର୍ଥକଙ୍କ ଯୁକ୍ତି ହେଉଛି, ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଥିବାବେଳେ ସେ ମହିଳା ଓ ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ। ସେ ମଧ୍ୟ ଅଂଚଳର ବିଭିନ୍ନ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏହିଦୃଷ୍ଟିରୁ ତାଙ୍କ ପ୍ରାର୍ଥିତ୍ବକୁ ନେଇ ଏହିପରି ଭାବେ ଅାଲୋଚନା ହେଉଛି। ଶେଷମୂହୂର୍ତ୍ତରେ ବିଜେଡି ସଭାପତି ମହିଳା କାର୍ଡ ଖେଳିଲେ ତାଙ୍କ ପାଇଁ ମଧ୍ୟ ଏହା ଅନୁକୂଳ ହେବ ବୋଲି କୁହାଯାଉଛି।ବିଜେଡିର ଅଭେଦ୍ୟ ଦୁର୍ଗରେ ପଶିବାକୁ ବିଜେପି ନିଜର ବିଭିନ୍ନ ରଣନୀତି ପ୍ରସ୍ତୁତି କରିଛି ବୋଲି ଦଳୀୟ ନେତା କହିଛନ୍ତି। ତେବେ ଦଳୀୟ ସଙ୍ଗଠନକୁ ସୁଦୃଢ଼ ଓ ସଂଗଠିତ କରିବା ପାଇଁ ବିଜେପି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଅହରହ ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର ଅର୍ନ୍ତର୍ଦ୍ବନ୍ଦ୍ବ ଦଳକୁ କ୍ଷତି ପହଞ୍ଚାଇବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ବିଜେପି ସମର୍ଥକ ସମାଜସେବୀ ରାଧାମୋହନ ଓ ପୂର୍ବତନ ସମିତିସଭ୍ୟ ବିଜେପି ଯୁବନେତା ସରୋଜ ପ୍ରଧାନ ଉଭୟେ ଅଂଚଳରେ ଅଲଗା ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ ଜାରି ରଖିଛନ୍ତି। ଦୁହେଁ ମଧ୍ୟ ବିଜେପି ଟିକେଟ ଆଶାୟୀ ଅଛନ୍ତି। ତେବେ, ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପୁଣିଥରେ ପ୍ରାର୍ଥୀ କରୁଥିବା ଦଳୀୟ ସୁତ୍ରରୁ ଜଣାଯାଇଛି
Trending
- ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼,ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ
- କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି ଏଫଆଇଆର,୧୩୦ ପୁଲିସ ଆହତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ
- ଏହା “ଗଣତନ୍ତ୍ରର ବିଜୟ”। “ଛାତ୍ର ଏକତା ଜିନ୍ଦାବାଦ” : ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପିର ପ୍ରତିକ୍ରିୟା
- ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ,ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
- ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ,ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ
Prev Post
Next Post