ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି ଗତକାଲି ନିଲମ୍ବନ କରିଥିଲା। ଏବେ ଚର୍ଚା ହେଉଛି ସେ କେଉଁ ଦଳକୁ ଯିବେ । କଂଗ୍ରେସ ତାଙ୍କ ସହିତ କଥା ଆରମ୍ଭ କରିଛି । ତେବେ ବିଜେପି ମଧ୍ୟ ତାଙ୍କୁ ଦଳରେ ନେବାକୁ ଚାହିଁବ । କାର୍ଯ୍ୟାନୁଷ୍ଠାନକୁ ନେଇ ଗତକାଲିଠାରୁ ବୟାନବାଜି ଜାରି ରହିଛି। ବିଜେଡିର ବରିଷ୍ଠ ନେତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବ ନେତାଙ୍କ ପର୍ଯ୍ୟନ୍ତ ଶ୍ରୀମୟୀଙ୍କ ବିରୋଧରେ ବୟାନ ଦେଇ ଚାଲିଛନ୍ତି। ଶ୍ରୀମୟୀ ବି ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ଜବାବ ଦେଉଛନ୍ତି। ଫଳରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତି ଏବେ ଶ୍ରୀମୟୀଙ୍କ ଉପରେ ଫୋକସ୍ ହୋଇଛି। ଗତକାଲି ନିଲମ୍ବନ ପରେ ସିଧା ଶ୍ରୀମୟୀ ଜଣାଇ ଦେଇଥିଲେ ଯେ ସେ ନିଜର ସଦସ୍ୟତା ନବୀକରଣ କରିନାହାନ୍ତି, ଦଳ ତାଙ୍କୁ ନିଲମ୍ବନ କରିବା ଜଗତେ କେବଳ ଜନେ ହସିବେ। ତାଙ୍କର ସଦସ୍ୟତାର କ୍ରମିକ ନମ୍ବର ଜଣାଇବାକୁ ବି ସେ ସିଧାସଳଖ ବିଜେଡିକୁ ଆହ୍ବାନ ଦେଇଥିଲେ। ଆଜି ପୂର୍ବାହ୍ଣରେ ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଏହି ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ମୁଖପାତ୍ର ଲେନିନ ମହାନ୍ତି କହିଥିଲେ, ବର୍ଷେ ହେଲା ବିଜେଡିରେ ନାହାନ୍ତି ବୋଲି ଶ୍ରୀମୟୀ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ମିଛ।
Trending
- ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ
- ମଣ୍ଡପରେ ପବିତ୍ର ମହାସପ୍ତମୀ ଆଜି
- ଭୁବନେଶ୍ୱର ମହନଗରରେ ଚଳିତ ବର୍ଷ ୧୭୨ ପୂଜା ମଣ୍ଡମରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛି
- ତାମିଲନାଡ଼ୁ ଦଳାଚକଟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ
- ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ
- ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଘଟିଛି ବଡ଼ ଦୁର୍ଘଟଣା, ଦଳାଚକଟା ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ
- ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଆଗକୁ ବଢୁଛି
- ଆଜି ଝାରସୁଗୁଡ଼ା ଆସୁଛନ୍ତି ମୋଦି
- ଉପନିର୍ବାଚନରେ କାହାର ପଲା ଭାରି
- ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ : ପ୍ରିୟାଂଶୁ ପାଲ ଟପ୍ପର
Prev Post
Next Post