କୃଷକଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

କୃଷକଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ମେଟ୍ରୋ ଟିଭି ବ୍ୟୁରୋ,୧/୧: ନୂଆବର୍ଷର ଉପହାର ସୂରୂପ ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କୃଷକଙ୍କ ପାଇଁ କୃଷକ ସମ୍ମାନ ନିଧିର ଦଶମ କିସ୍ତି ଆଜି ଜାରି କରିଛନ୍ତି। ରିପୋର୍ଟ ମୁତାବକ, ଆଜି ଅପରାହ୍ନ ସାଢ଼େ ୧୨ଟାରେ ମୋଦି ଚାଷୀଙ୍କ ଖାତାଙ୍କୁ ଏହି ଟଙ୍କା ସିଧାସଳଖ ଟ୍ରାନ୍ସଫର କରିଛନ୍ତି। ଟ୍ୱିଟ ଜରିଆରେ ମୋଦି ଏହାକୁ ପ୍ରକାଶ କରିଛନ୍ତି । ଏହି ଟ୍ରାନ୍ସଫର ଜରିଆରେ ୧୧.୩୭କୋଟି ଚାଷୀ ଲାଭବାନ ହେଇଛନ୍ତି ।
ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଆଜି ବିହାରର ୮୩ ଲକ୍ଷ ୫୩ ହଜାର ୨୭୦ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୬୭୦ କୋଟି ୬୫ ଲକ୍ଷ ୪୦ ହଜାର ଟଙ୍କା ଆସିଛି। କେନ୍ଦ୍ର ସରକାର ଏହି ଲାଭକାରୀ ଯୋଜନାରେ କୃଷକଙ୍କ ଖାତାକୁ ୧.୫୮ ଲକ୍ଷ କୋଟି ଟଙ୍କା ପଠାଇ ସାରିଲେଣି। ଏହି ଯୋଜନାରେ ଦେଶର କୃଷକଙ୍କୁ ସରକାରଙ୍କ ପକ୍ଷରୁ ବାର୍ଷିକ ୬ ହଜାର ଟଙ୍କା ଦିଆଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଟ୍ଵିଟ୍ କରି ସୂଚନା ଦେଇଥିଲେ ଯେ ଆଜି ୧୦ କୋଟିରୁ ଅଧିକ ଲାଭାର୍ଥୀ କୃଷକ ପରିବାରକୁ ୨୦,୦୦୦ କୋଟିରୁ ଅଧିକ ଟଙ୍କାର ଧନରାଶି ଟ୍ରାନ୍ସଫର କରାଯିବ। ମୋଦି ଆଜି ଅପରାହ୍ନ ୧୨.୩୦ରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୧୦ମ କିସ୍ତି ଜାରି କରିଛନ୍ତି। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଚାଷୀ ମାନଙ୍କ ସହ କଥା ହୋଇଛନ୍ତି ମୋଦି ।