ରାଜ୍ୟସଭା ନିର୍ବାଚନ ଶେଷ ହୋଇସାରିଛି । ଆଗାମୀ ଦୁଇ ମାସ ଭିତରେ ଲୋକସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ବାବଦରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଅନୁମାନ କରାଯାଉଛି ଯେ, ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନର ତାରିଖକୁ ଘୋଷଣା କରିପାରନ୍ତି ।ତେବେ ଏହି ସମୟ ମଧ୍ୟରେ ନିର୍ବାଚନ ସର୍ଭେ କରାଯାଉଛି । ବିଜେପି ୪୦୦ ପ୍ଲସ ସ୍ଲୋଗାନ ସହିତ ପୁଣି ଥରେ କ୍ଷମତାକୁ ଫେରିବାର ଯୋଜନା କରୁଛି । ୨୦୨୪ରେ ଯଦି ଜନତାଙ୍କ ନିଷ୍ପତ୍ତି ଏନଡିଏ ପକ୍ଷରେ ଆସୁଛି ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂନର୍ବାର ପ୍ରଧାନମନ୍ତ୍ରୀ ହେବେ ।ଏହାରି ମଧ୍ୟରେ ୫ ମାସ ପୂର୍ବରୁ କରାଯାଉଥିବା ସର୍ଭେ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରାଯାଉଛି ଯେ, ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ କେଉଁ ପ୍ରାର୍ଥୀ ଜନତାଙ୍କ ପ୍ରଥମ ପସନ୍ଦ । ଲୋକମାନଙ୍କୁ ଏହି ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ନୀତିଶ କୁମାର ଭଳି ନାମ ଦିଆଯାଇଥିଲା, ଯେଉଁଥିରେ ଲୋକମାନେ କହିଛନ୍ତି ଯେ ଆଗାମୀ ନିର୍ବାଚନରେ କେଉଁ ନେତାଙ୍କୁ ନିଜ ପ୍ରଧାନମନ୍ତ୍ରୀ କରିବେ ୫ ମାସ ପୂର୍ବରୁ ପିଏମ ମୋଦୀ ପ୍ରଧାନମନ୍ତ୍ରୀ ପଦବୀ ଲାଗି ପ୍ରଥମ ପସନ୍ଦ ଥିଲେ । ୬୧ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ରୂପେ ପିଏମ ନରେନ୍ଦ୍ର ମୋଦୀଙ୍କୁ ଚୁୟନ କରିଥିଲେ । ମମତା ବାନାର୍ଜୀଙ୍କୁ ପସନ୍ଦ କରୁଥିବା ସଂଖ୍ୟା ବହୁତ କମ ଥିଲା । ୩ ପ୍ରତିଶତ ଲୋକେ ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ । ସେହିପରି ନିତିଶ କୁମାର ଏବଂ ମାୟାବତୀଙ୍କୁ ୬ ପ୍ରତିଶତ ଲୋକ ଏବଂ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ପ୍ରଥମ ପସନ୍ଦ ବୋଲି ଅଭିହିତ କରିଥିଲେ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Prev Post
Next Post