ଦିଲ୍ଲୀରେ ଥିବା ନ୍ୟାଶନାଲ ହେରାଲ୍ଡ ଘର, ଲକ୍ଷ୍ନୌରେ ଥିବା ନେହରୁ ଭବନ ଓ ମୁମ୍ବାଇର ଥିବା ନ୍ୟାସନାଲ ହେରାଲ୍ଡ ଘର ଜବତ ହୋଇଥିବା ତାଲିକାରେ ରହିଛି। ଏଜେଏଲର ସମ୍ପତ୍ତିର ମୋଟ ମୂଲ୍ୟ ହେଉଛି ୬୬୧.୬୯ କୋଟି ଟଙ୍କା। ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ଏଜେଏଲ୍। ଏହା ଏବେ ‘ୟଙ୍ଗ ଇଣ୍ଡିଆ’ ଅଧୀନରେ ରହିଛି। ଏଥିରେ ୟଙ୍ଗ ଇଣ୍ଡିଆର ସମ୍ପତ୍ତିର ମୂଲ୍ୟ ୯୦.୨୧ କୋଟି ଟଙ୍କା।ଆୟକର ବିଭାଗର ନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ପଚରାଉଚରା କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)। ଏହି ମାମଲାରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାର ଯାଇ ତାଙ୍କର ବୟାନକୁ ରେକର୍ଡ କରାଯାଇଛି । ଏନେଇ ଇଡି ଉଭୟ କଂଗ୍ରେସ ନେତାଙ୍କୁ ପଚରାଉଚରା କରି ସାରିଛନ୍ତି।ସୂଚନା ଥାଉକି, ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ୨୦୧୪ରେ ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆ ବିରୋଧରେ ପିଏମଏଲଏ ଅନ୍ତର୍ଗତ ଇଡି ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଏହି ମାମଲା ସହ ଜଡିତ ଅଭିଯୁକ୍ତମାନେ ୟଙ୍ଗ ଇଣ୍ଡିଆନ ମାଧ୍ୟମରେ ଶହ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଇବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ। ଅଭିଯୋଗ ହୋଇଛି ଖବରକାଗଜ ପ୍ରକାଶନ ପାଇଁ ସରକାର ଭାରତର ବିଭିନ୍ନ ସହରରେ ରିହାତି ମୂଲ୍ୟରେ ଜମି ପ୍ରଦାନ କରିଥିଲେ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post