ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଓଡ଼ିଶା ଆସି ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ । ଏଥିପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ଗସ୍ତ ଅବସରରେ ୩ଟି ସାଙ୍ଗଠାନିକ ଜିଲ୍ଲା ଯଥା ରାଉଲକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ରାହୁଲଙ୍କ ନ୍ୟାୟ ଯାତ୍ରାର କାର୍ଯ୍ୟକ୍ରମ ରହିଛି ।ସୋମବାର ଝାଡ଼ଖଣ୍ଡରୁ ସିଧା ବୀରମିତ୍ରପୁର ରାମପାଳ ଛକ ଦେଇ ଓଡ଼ିଶାକୁ ପ୍ରବେଶ କରିବ ନ୍ୟାୟ ଯାତ୍ରା । ସେଠାରେ ରାହୁଲ ଗାନ୍ଧୀଙ୍କ ଭବ୍ୟ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ନ୍ୟାୟ ଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଟିମ୍ ଶୁକ୍ରବାରଠାରୁ ରାଉଲକେଲାରେ ପହଞ୍ଚିଛନ୍ତି । ଏହି ପରିପ୍ରେକ୍ଷୀରେ ରାମପାଳ ଛକକୁ ଯାଇ ସ୍ଥିତି ପରଖି ଥିଲେ । ତେବେ ସୋମବାର ସନ୍ଧ୍ୟାରେ ଝାଡ଼ଖଣ୍ଡରୁ ସିଧା ବୀରମିତ୍ରପୁରରେ ପହଂଚି ସେଠାରେ ରାତ୍ରୀ ଯାପନ କରିବେ ରାହୁଲ । ଫେବୃଆରି ୭ ତାରିଖରେ ରାଉରକେଲାକୁ ପହଂଚିବ ଏହି ଭାରତ ଯୋଡୋ ନ୍ୟାୟ ଯାତ୍ରା । ସ୍ଥାନୀୟ ବିର୍ସାମୁଣ୍ଡା ଛକରୁ ବାହାରି ପାନପୋଷ ଛକ ପର୍ଯ୍ୟନ୍ତ ରୋଡ ସୋରେ ବାହାରିବେ ରାହୁଲ ଗାନ୍ଧୀ । ଗାନ୍ଧୀ ଛକରେ ଆୟୋଜିତ ସଭାକୁ ରାହୁଲ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ନ୍ୟାୟ ଯାତ୍ରା ରାଜଗାଙ୍ଗପୁର, ବଡଗାଁ ଓ କୁତ୍ରା ଠାରେ ମଧ୍ୟ ରୋଡ ସୋ କରି ସୁନ୍ଦରଗଡରେ ଆୟୋଜିତ ବିଶାଳ ସମାବେଶରେ ରାହୁଲ ସାମିଲ ହେବେ ।ଲୋକସଭା ନିର୍ବାଚନ ପୂର୍ବରୁ ଓଡିଶାକୁ ମଲ୍ଲିକାର୍ଜୁନ ଖଡଗେଙ୍କ ଗସ୍ତ ଓ ଏବେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାକୁ ନେଇ କଂଗ୍ରେସ ଶିବିର ଚଳ ଚଂଚଳ ହୋଇ ଉଠିଛି । କଂଗ୍ରେସର ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ ଦଳୀୟ ନେତା, କର୍ମୀଙ୍କ ସମେତ ସାଧାରଣ ଜନତା ବେଶ ଉତ୍ସାହିତ ଅଛନ୍ତି ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post