ଆସନ୍ତା ୨୦୨୪ ନିର୍ବାଚନରେ ଲଢିବା ପାଇଁ ସ୍ପଷ୍ଟ ମନା କରି ଦେଇଛନ୍ତି ନରସିଂହ ମିଶ୍ର । ବୟସ ଅଧିକ ହେଉଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମୋତେ ୮୩ ବର୍ଷ ବୟସ ହେଲାଣି, ଆଉ ନିର୍ବାଚନ ଲଢିବି ନାହିଁ । ତେବେ ମାନସିକ ସ୍ତରରେ ସେ ଏପରି ନିଷ୍ପତ୍ତି ନେଇଥିବା ବେଳେ ଶେଷ ନିଷ୍ପତ୍ତି ଦଳ ଉପରେ ନ୍ୟସ୍ତ କରିଛନ୍ତି । ତାଙ୍କର ନିର୍ବାଚନ ଲଢିବା ନେଇ ଫାଇନାଲ ନିଷ୍ପତ୍ତି ଦଳ ନେବ ବୋଲି ଆଶା ରଖିଛନ୍ତି ନରସିଂହ ମିଶ୍ର ।ତେବେ ଏହାପରେ ଏକ ବଡ଼ ଘୋଷଣା ମଧ୍ୟ କରିଛନ୍ତି କଂଗ୍ରେସର ଏହି ଟାଣୁଆ ନେତା । ସାନପୁଅ ସମରେନ୍ଦ୍ର ମିଶ୍ରଙ୍କୁ ନିର୍ବାଚନର ଏକ ନୂଆ ମୁହଁ କରି ଦଳରେ ଭର୍ତ୍ତି କରିବେ ନରସିଂହ । ସମରେନ୍ଦ୍ର ବଲାଙ୍ଗୀରରୁ ପ୍ରାର୍ଥି ହୋଇ ନିର୍ବାଚନ ଲଢିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ସମରେନ୍ଦ୍ର ପ୍ରାର୍ଥି ହେବା ଆପାତତଃ ସ୍ଥିର ହୋଇଥିବା ବେଳେ ଏହାକୁ ନେଇ କୌଣସି ଫାଇନାଲ ହୋଇନାହିଁ । ତେବେ ଯଦି ସମରେନ୍ଦ୍ର ପ୍ରାର୍ଥି ହୁଅନ୍ତି, ତେବେ ସେ କଂଗ୍ରେସରୁ ହିଁ ଲଢିବେ ବୋଲି କହିଛନ୍ତି ନରସିଂହ
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Prev Post
Next Post