ସାଂସଦ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ଏବଂ ବଙ୍ଗଳାକୁ ଜୋରଜବରଦସ୍ତ ଖାଲି କରାଯିବ। ସଂସଦରୁ ନିଲମ୍ବିତ ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆ ମୋଇତ୍ରାଙ୍କୁ ଅନେକ ନୋଟିସ୍ ଆସିଛି।ଏହା ସତ୍ତ୍ୱେ ସେ ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି। ନୋଟିସ୍ ଅନୁଯାୟୀ, ସଂସଦର ସଦସ୍ୟତା ଛଡ଼ାଇ ନିଆଯିବା ପରେ ସେ ଆଉ ଏହି ବଙ୍ଗଳା ପାଇଁ ଯୋଗ୍ୟ ନୁହଁନ୍ତି, ତେଣୁ ତାଙ୍କୁ ୯୪ବି ଟେଲିଗ୍ରାଫ ଲେନ୍ ର ଟାଇପ୍ ୫ ବଙ୍ଗଳା ଖାଲି କରିବାକୁ ପଡ଼ିବ। ନିୟମ ଅନୁଯାୟୀ ତାଙ୍କୁ ବଙ୍ଗଳା ଖାଲି କରିବା ପାଇଁ ଏକ ମାସ ସମୟ ଦିଆଯାଇଥିଲା। ତେବେ ଏହି ସମୟରେ ସେ କୋର୍ଟର ଆଶ୍ରୟ ନେଇଥିଲେ ମଧ୍ୟ ସେଠାରୁ ତାଙ୍କୁ ରିଲିଫ୍ ମିଳିନଥିଲା।ମହୁଆ ସରକାରୀ ବଙ୍ଗଳାକୁ ତୁରନ୍ତ ଖାଲି କରାଯାଉ ବୋଲି ନୋଟିସରେ କୁହାଯାଇଛି। ସଦସ୍ୟତା ହରାଇବା ପରେ ଏକ ମାସର ସମୟ ସୀମା ଶେଷ ହେବା ପରେ ଜାନୁଆରୀ ୭ ତାରିଖରେ ଆବଣ୍ଟନ ବାତିଲ କରାଯାଇଥିଲା। ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆ ମୈତ୍ରଙ୍କୁ ଅନେକ ନୋଟିସ ଦିଆଯାଇଛି।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Prev Post