ସାଂସଦ ମହୁଆ ମୋଇତ୍ରାଙ୍କୁ ନୋଟିସ୍ ଦିଆଯାଇଛି । ନୋଟିସରେ କୁହାଯାଇଛି ଯେ ଯଦି ସେ ବଙ୍ଗଳା ଖାଲି ନକରନ୍ତି, ତେବେ ତାଙ୍କ ବିରୋଧରେ ବଳ ପ୍ରୟୋଗ କରାଯିବ ଏବଂ ବଙ୍ଗଳାକୁ ଜୋରଜବରଦସ୍ତ ଖାଲି କରାଯିବ। ସଂସଦରୁ ନିଲମ୍ବିତ ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆ ମୋଇତ୍ରାଙ୍କୁ ଅନେକ ନୋଟିସ୍ ଆସିଛି।ଏହା ସତ୍ତ୍ୱେ ସେ ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି। ନୋଟିସ୍ ଅନୁଯାୟୀ, ସଂସଦର ସଦସ୍ୟତା ଛଡ଼ାଇ ନିଆଯିବା ପରେ ସେ ଆଉ ଏହି ବଙ୍ଗଳା ପାଇଁ ଯୋଗ୍ୟ ନୁହଁନ୍ତି, ତେଣୁ ତାଙ୍କୁ ୯୪ବି ଟେଲିଗ୍ରାଫ ଲେନ୍ ର ଟାଇପ୍ ୫ ବଙ୍ଗଳା ଖାଲି କରିବାକୁ ପଡ଼ିବ। ନିୟମ ଅନୁଯାୟୀ ତାଙ୍କୁ ବଙ୍ଗଳା ଖାଲି କରିବା ପାଇଁ ଏକ ମାସ ସମୟ ଦିଆଯାଇଥିଲା। ତେବେ ଏହି ସମୟରେ ସେ କୋର୍ଟର ଆଶ୍ରୟ ନେଇଥିଲେ ମଧ୍ୟ ସେଠାରୁ ତାଙ୍କୁ ରିଲିଫ୍ ମିଳିନଥିଲା।ମହୁଆ ସରକାରୀ ବଙ୍ଗଳାକୁ ତୁରନ୍ତ ଖାଲି କରାଯାଉ ବୋଲି ନୋଟିସରେ କୁହାଯାଇଛି। ସଦସ୍ୟତା ହରାଇବା ପରେ ଏକ ମାସର ସମୟ ସୀମା ଶେଷ ହେବା ପରେ ଜାନୁଆରୀ ୭ ତାରିଖରେ ଆବଣ୍ଟନ ବାତିଲ କରାଯାଇଥିଲା। ସରକାରୀ ବଙ୍ଗଳା ଖାଲି କରିବାକୁ ମହୁଆ ମୈତ୍ରଙ୍କୁ ଅନେକ ନୋଟିସ ଦିଆଯାଇଛି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post