୨୫ରେ ଯୋଗୀ ଆଦିତ୍ୟନାଥଙ୍କ ଶପଥ

୨୫ରେ ଯୋଗୀ ଆଦିତ୍ୟନାଥଙ୍କ ଶପଥ

ମେଟ୍ରୋ ଟିଭି ଓଡିଶା (୨୧ .୩ . ୨୦୨୨) :

ଆସନ୍ତା ୨୫ ତାରିଖରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯୋଗୀଙ୍କୁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ବସାଇବାକୁ କେନ୍ଦ୍ରୀୟ ନେତା ନିଷ୍ପତ୍ତି ନେଇଛନ୍ତି।

ଯୋଗୀଙ୍କୁ ବିଧାୟକ ଦଳ ନେତା ନିର୍ବାଚନ କରିବା ଲାଗି ମାର୍ଚ୍ଚ ୨୪ରେ ବଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ମାର୍ଚ୍ଚ ୨୧ରେ ବିଧାୟକ ଦଳ ବୈଠକ ହେବାକୁ ଥିବାବେଳେ ଏହାକୁ ୨୪ ତାରିଖକୁ ସ୍ଥଗିତ ରଖାଯାଇଛି।