ବିଜେଡିରୁ ଇସ୍ତଫା ଦେଲେ ସିମୁଳିଆ ବିଧାୟକ

ବାଲେଶ୍ବର ଜିଲ୍ଲା ବିଜେଡିକୁ ଶକ୍ତ ଧକ୍କା। ପୁଣି ଦଳ ଛାଡ଼ିଲେ ଆଉଜଣେ ବିଧାୟକ। ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ  ନିଜର ଇସ୍ତଫାପତ୍ର ଦଳ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଏନେଇ ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ସିମୁଳିଆ ଓ ଖଇରାବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି। ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। କିନ୍ତୁ ଦଳ ଏଥର ତାଙ୍କୁ ଟିକେଟ ନଦେବା କାରଣରୁ  ସେ ଅସନ୍ତୁଷ୍ଟ ଥିଲେ। ଏହାଛଡ଼ା ଦଳରେ ଅଣଦେଖା ଏକ କାରଣ ବି କୁହାଯାଉଛି। ଏବେ ବିଜେଡିରୁ ଇସ୍ତଫା ଦେଇଛନ୍ତି ସେ। ହେଲେ ଏବେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କେଉଁ ଦଳରେ ଯୋଗ ଦେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର।