ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ। ଗତକାଲିଠୁ ଆରମ୍ଭ ହୋଇଥିବା କାର୍ଯ୍ୟକାରିଣୀରେ ଚାଲିଛି ମାନସ ମନ୍ଥନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ଶୋ’ରୁ ମିଶନ ୨୦୨୪ ପାଇଁ ବାଜିଛି ବିଜେପିର ନିର୍ବାଚନୀ ବିଗୁଲ୍। ତା’ସହ ଏ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ ବି ପଡିଛି ରଣନୀତିର ମୂଳଦୂଆ।ଚଳିତ ବର୍ଷ ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ, ମିଜୋରାମ, ଛତିଶଗଡ଼ ସହ ତେଲେଙ୍ଗାନାରେ ହେବ ବିଧାନସଭା ନିର୍ବାଚନ। ଏଥିସହ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ବି ହୋଇପାରେ ଇଲେକ୍ସନ। ଏ ସବୁ ରାଜ୍ୟରେ ଯେପରି ପଦ୍ମ ଫୁଟିବ ସେଥିପାଇଁ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଗତକାଲିଠୁ ଆରମ୍ଭ ହୋଇଥିବା ଦୁଇଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଚାଲିଛି ମାନସ ମନ୍ଥନ।