ସଂସଦରେ ଫଟୋଗ୍ରାଫି କରିବା ମାମଲାରେ ରାଜ୍ୟସଭାରୁ ନିଲମ୍ବିତ ହେଲେ କଂଗ୍ରେସ ସାଂସଦ ରଜନୀ ପାଟିଲ

ନୂଆଦିଲ୍ଲୀ: ସଂସଦରେ ଫଟୋଗ୍ରାଫି କରିବା ମାମଲାରେ କଂଗ୍ରେସ ସାଂସଦ ରଜନୀ ପାଟିଲଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ବାକି ବଜେଟ୍ ଅଧିବେଶନ ପାଇଁ ରଜନୀ ପାଟିଲଙ୍କୁ ନିଲମ୍ବିତ କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ପକ୍ଷରୁ ଦାବି କରାଯାଇଥିଲା । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ କହିଛନ୍ତି ଯେ, ରଜନୀ ପାଟିଲଙ୍କୁ ଏହି ଅଧିବେଶନର ଅବଶିଷ୍ଟ ଦିନ ପାଇଁ ନିଲମ୍ବିତ କରାଯାଇଛି ଏବଂ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେ ଗୃହ ପ୍ରକ୍ରିୟାରେ ସାମିଲ ହେବେ ନାହିଁ ।
ଧାରା ୧୦୫ କୁ ଦର୍ଶାଇ ସେ କହିଛନ୍ତି ଯେ, ଯଦି କେହି କଣ୍ଟୁମ୍ ଅଫ୍ ହାଉସ୍, ହାଉସ୍ ଅଫ୍ ପ୍ରିଭିଲିଜ୍ କରନ୍ତି, ତେବେ ଏହାକୁ କିପରି ବରଦାସ୍ତ କରାଯିବ । ସୂଚନା ଅନୁଯାୟୀ, ଅଧିକାର କମିଟି ଏହି ଘଟଣାର ତଦନ୍ତ କରିବ । ଏଥି ସହିତ ଏହି କାର୍ଯ୍ୟ ପରେ ରଜନୀ ପାଟିଲଙ୍କ ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି ।